ଘେଁସ ଶୀତଳ ଷଷ୍ଠୀ:ସ୍ୱପ୍ନେଶ୍ୱର ବାବାଙ୍କ ଆଲୌକିକ ବିବାହ ସମ୍ପନ୍ନ

0

ମେଲଛାମୁଣ୍ଡା (ମନୋଜ ଭୋଇ) – ବରଗଡ ଜିଲ୍ଳା ଘେଁସ ଠାରେ ଚାଲିଥିବା ଶିତଳ ଷଷ୍ଠୀ  ଯାତ୍ରାର ମୂଖ୍ୟ ପର୍ବ ଶୁକ୍ରବାର ଅନୁଷ୍ଠିତ  ହୋଇଯାଇଛି । ହିମାଦ୍ରୀ ନଗରରେ ଶୁକ୍ରବାର ଦିବା ୧୦ଘ.ର ଶୁଭ ଲଗ୍ନ ଅବସରରେ ଦେବାଧିଦେବ ମହାଦେବ ସ୍ୱପ୍ନେଶ୍ୱର ବାବା ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ଆଲୌକିକ ବିବାହ ମହା ସମାରୋହରେ ସମ୍ଫର୍ଣ୍ଣ ହୋଇଯାଇଛି । ପଣ୍ଡିତ ଗୌରିଶଙ୍କର ଦେବତା ଏବଂ ପଣ୍ଡିତ ସଚିଦା ମହାପାତ୍ରଙ୍କ ମନ୍ତ୍ରପାଠରେ ଆଲୌକିକ ବିବାହ ହୋଇଥିଲା । କନ୍ୟାପିତାମାତା ଘେଁସ ସ୍ଥିତ ମମତା ସାହୁ ଓ ପ୍ରମୋଦ ସାହୁ କନ୍ୟାଦାନ  କରିଥିଲେ । ବିବାହ ମଣ୍ଡପରେ କନ୍ୟାପକ୍ଷ ବ୍ୟତିତ ବର ପିତାମାତା ଘେଁସ ବାସୀନ୍ଦା କାମିନୀ ଗିଙ୍ଗିରା ଓ ପ୍ରମୋଦ ଗିଙ୍ଗିରାଙ୍କ ସହିତ ଶୀତଳ ଷଷ୍ଠୀ ଅୟୋଜନ କମିଟି ସଭାପତୀ ଟିକେଲାଲ ସାହୁ, ଉପସଭାପତୀ ଡା.ସୁବାଷ ମେହେର, ସଂପାଦକ ଷଷ୍ଠୀ  କୁମାର ବାରିକ, ସହସଂପାଦକ ଦୁଃଖୀଶ୍ୟାମ ଗିଙ୍ଗିରା, କୋଷାଧ୍ୟକ୍ଷ ସନ୍ତୋଷ ଗିଙ୍ଗିରା, ସହ କୋଷାଧ୍ୟକ୍ଷ ବୈକୁଣ୍ଠ ସାହୁ, ଉପଦେଷ୍ଟା  ମଣ୍ଡଳୀର ସମସ୍ତ ସଭ୍ୟ, ଗ୍ରାମ୍ୟ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଦେବା ଦେବୀଙ୍କ ବିବାହ ପରେ ନବ ଦମ୍ଫତିଙ୍କ ଦର୍ଶନ ପାଇଁ ହଜାର ସଂଖ୍ୟାରେ ଭକ୍ତ ମଣ୍ଡପରେ ପହଂଚିଥିଲେ । ସନିବାର ସଂଧ୍ୟାରେ କନ୍ୟାବିଦାୟ କରାଯିବାର ଧାର୍ଯ୍ୟ ହୋଇଛି । ପ୍ରକାଶ ଯୋଗ୍ୟ ଯେ ଶୁକ୍ରବାର ବିଲମ୍ବିତ ରାତ୍ରୀରେ ସ୍ୱପ୍ନେଶ୍ୱର ବାବା ବରଯାତ୍ରୀ ନେଇ  ମାତା ପାର୍ବତୀଙ୍କ ହିମାଦ୍ରୀ ନଗରରେ ପହଂଚିଥିଲେ ।

Leave A Reply

Your email address will not be published.