ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଷ୍ଟାଟିଷ୍ଟିକାଲ କାର୍ଯ୍ୟାଳୟର ଫିଲଡ଼ ସର୍ଭେୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

0

 ବାରିପଦା (ଦିଲ୍ଲୀପ ମହାନ୍ତି )-ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୋରଡ଼ା ବ୍ଲକ କ୍ୟାମ୍ପସ ଅଫିସର ଭାବେ କାର୍ଯ୍ୟ କରୁଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର କର୍ମଚାରୀ ସୁମନ୍ତ କୁମାର ସାହୁଙ୍କ ମାୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବାରିଆପାଳ ପୈତୃକ   ଘର ସହ ମୋରଡ଼ା କାର୍ଯ୍ୟାଳୟ, ବେତନଟୀ ଥାନା ଅନ୍ତର୍ଗତ ଶିଙ୍ଗଲା ମୁଣ୍ଡଳୀ ଓ ଉକ୍ତ ବେତନଟୀ ଥାନା ଅଧୀନରେ ଥିବା ସଠିଲୋ ଗ୍ରାମରେ ଦୁଇଟି କୋଠାଘର ଏହିପରି ମୋଟ ୫ଟି ସ୍ଥାନରେ ଏକକାଳୀନ ଭାବେ ଭିଜିଲାନ୍ସ ପକ୍ଷରୁ ଆଜି ପୂର୍ବାହ୍ନରେ ଚଢ଼ାଉ କରାଯାଇ ଥିଲା। ଭଦ୍ରଖ ଭିଜିଲାନ୍ସ ୟୁନିଟ ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ନେତୃତ୍ୱରେ ବାରିପଦା , ବାଲେଶ୍ୱର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହି ଚଢ଼ାଉ ଜାରି ରହିଥିବା ବେଳର ଖବର ଲେଖା ଯିବା ପର୍ଯ୍ୟନ୍ତ ଏକ କୋଟି୪୨ ଲକ୍ଷ ୪ହଜାର ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.