ବାଲେଶ୍ୱର ହେଲା ଗେରୁଆ ଜନସମୁଦ୍ରମୟ : ରୋଡ ସୋ ରେ ଯୋଗଦେଲେ ଧର୍ମେନ୍ଦ୍ର     

0 1

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ସହରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ସହୀଦ ପାର୍କ ସ୍ଥିତ ଗାନ୍ଧୀ ପ୍ରତିମୃତିରେ ପୁଷ୍ପମାଲ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଲୋକସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ୍ତ ଏବଂ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଏକ ସୁସଜ୍ଜିତ ଗାଡିରେ ନଗର ପରିକ୍ରମା କରିଥିଲେ । ସ୍ଥାନୀୟ ସିନେମା ଛକ ଠାରୁ ଆରମ୍ଭ ହୋଇ ଥାନା ଛକ ହୋଇ ବାରବାଟୀ ଠାର ଶେଷ ହୋଇଥିଲା । ବାରବାଟୀ ଠାରେ ଥିବା ସହୀଦ ବାଘାଯତୀନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲା । ସମସ୍ତଙ୍କ ମୁହଁରେ ଭାରତ ମାତା କି ଜୟ, ବନେ୍ଦ ମାତରମ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ଲୋକମାନଙ୍କ ଭିତରେ ଏକ ପରିବର୍ତ୍ତନର ଆଭାସ ସ୍ପଷ୍ଟ ପରିଲକ୍ଷିତ ହେଉଛି । କେନ୍ଦ୍ରରେ ଓ ରାଜ୍ୟରେ ମୋଦିଜୀଙ୍କର ଡବଲ ଇିନ ସରକାର ହେବା ସହ ଓଡିଶାରୁ ୧୯ ବର୍ଷର ବିଜେଡି ସରକାର ସୁନିଶ୍ଚିତ ହଟିବ ବୋଲି ଶ୍ରୀ ପ୍ରଧାନ ବୋଲି କହିଥିଲେ । ଅନ୍ୟମାନଙ୍କ ଭିତରେ ଜିଲ୍ଲା ଉପ ସଭାପତି ପର୍ଶୁରାମ ବେହେରା, ଗଙ୍ଗାଧର ରାଉତ, ସୀତାକାନ୍ତ ସ୍ୱାଇଁ, ଚିତ୍ତରନ ପଣ୍ଡା, ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ବିଭୁପଦ ଦାସ, ବିକାଶ ପାଢୀ, ସୁଜିତ ଦେବ, ଧିରଜ ମହାନ୍ତିି, ବିବେକ ଦାସ, ନିତିନ ଦାସ, ମନ୍ମୟ ଦାସ, ମନୋଜ ଆଚାର୍ଯ୍ୟ, ମନୋଜ ପୋଦ୍ଧାର, ଯଶୋଧରା ଦାସ, ଲୋକନାଥ  ଭୂୟାଁ, ପିଙ୍କି ପ୍ରଧାନ, ସଂଯୁକ୍ତା ମହାପାତ୍ର, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ମଣ୍ଟୁ ପେରିୱାଲ, ଅନୁରାଗ ମିଶ୍ର, ଅରୁପ ଜେନା, ରିତ ପୃଷ୍ଟି, ରିତ ପ୍ରଧାନ, ବିସ୍ମିତ ଦାସ,ଦିଲ୍ଲୀପ ଦାସ, ପ୍ରକାଶ ବେହେରା, ସ୍ୱାଧୀନ ପଣ୍ଡା, ସହିତ ହଜାର ହଜାର ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.