କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଟଗଡ ପୋଲିସର ଦୁର୍ବ୍ୟବହାର

0 1

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଏକ ଅଭାବନିୟ ଘଟଣା ଘଟିଛି । କାର୍ଯ୍ୟରତ  ସାମ୍ବାଦିକ  ବ୍ଲକ ପ୍ରତିନିଧି ସୁଶାନ୍ତ ପାଟମାଝୀଙ୍କୁ  ଖବର ସଂଗ୍ରହ କରିବାକୁ ଯାଇ ଥିବା ବେଳେ ପୁଲିସ ନାଲି ଅଖି ଦେଖେଇବା ସହ ଧମକ ଦେଇ ଥିବା ଅଭିଯୋଗ ହୋଇଛି .। ଘଟଣା ଅନୁସାରେ ସୁଶାନ୍ତ ଖବର ସଂଗ୍ରହ କରିବାକୁ ଯାଇ ଥିଲେ । ଏତିକି ବେଳେ ଥାନା ପୋଲିସ ତାଙ୍କୁ ଅସଦବ୍ୟବହାର କରିବା ସହ ଗାଳି ଗୁଲଜ କରି ଥିଲେ ।. ସାମ୍ବାଦିକ ଜଣକ ଧରି ଥିବା ମୋବାଇଲ ବାହାରେ ରଖିବାକୁ ପୋଲିସ କର୍ମଚାରୀ କହି ଥିଲେ  । କେବଳ ସେତିକି ନୁହେଁ ପରିଚୟ ପତ୍ର ମାଗିବା ସହ ମୁ ଏପରି ବହୁତ ସାମ୍ବାଦିକ ଦେଖିଛି ବୋଲି କହି ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରାଯିବ ବୋଲ ପୋଲିସ କର୍ମଚାରୀ ଧମକ ଦେଇ ଥିଲେ ।   ସାମ୍ବାଦିକଙ୍କୁ ସର୍ବସମ୍ମୁ ଖରେ ମାନସିକ ନିର୍ଯାତନା ଦେବା ସହ ଏକ କୋଠରୀକୁ ଡାକି ମାନସିକ ନିର୍ଯାତନା ଦେଇ ଥିଲେ ,, ଯାହା କି ଅତ୍ୟନ୍ତ ନିନ୍ଦନୀୟ ଘଟଣା । . କୋଟଗଡ ପୋଲିସ ର ଏଇ ଘଟଣା ଉପସ୍ଥିତ ଲୋକଙ୍କୁ ଭୟଭୀତ କରିବା ସହ ଚକିତ କରିଥିଲା । ଏଇ ପରି ସାମ୍ବାଦିକଙ୍କୁ ଆକ୍ରମଣ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଛି ସୃଷ୍ଠି କରିଛି ।  ଯଦି ଗଣମାଧ୍ୟମ ପ୍ରତିନିଧିଙ୍କୁ ପୋଲିସ ଏପରି ବ୍ୟବହାର କରୁଛି ତାହା ହେଲେ ସାଧାରଣ ଲୋକାଙ୍କ ପ୍ରତି ପୋଲିସ ର ବ୍ୟବହାର କଣ ତାହା ଜଳ ଜଳ ହୋଇ ଦେଖା ଯାଉଛି  ବୋଲି ସାଧା ରଣରେ ମତ ପ୍ରକାଶ ପାଇଛି  । ସାମ୍ବାଦିକଙ୍କୁ ଭୟଭୀତ କରିବା ପଛରେ ପୋଲିସ ର କଳା କାରନାମା ଥିବା ଅଞ୍ଚଳ ବସି ଅନୁମା କରୁ ଥିବା ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କୁ କୋଟଗଡ ପୋଲିସର ନାଲି ଅଖି ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ଉକ୍ତ କର୍ମଚାରିଙ୍କ ବିରୋଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଦାବି ହୋଇଛି । 

Leave A Reply

Your email address will not be published.