ଶ୍ରୀରାମ ନବମୀ ଯାତ୍ରା ୭ମ ସନ୍ଧ୍ୟା :ବନବାସ ଅବସରରେ ଚିତ୍ରକୁଟରେ ବିଶ୍ରାମ ନେଲେ ପ୍ରଭୁ ଶ୍ରୀରାମ

0

ଓଡ଼ଗାଁ: ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରାର ସପ୍ତମ ସନ୍ଧ୍ୟା ବେଶରେ ପଭୁ ଶ୍ରୀରାମଙ୍କ ସହିତ ମା ସୀତା ବିଶ୍ରାମ କରୁଥିବା ବେଳେ ଅନୁଜ ଲକ୍ଷ୍ମଣ ଅଙ୍ଗରକ୍ଷୀ ଭଳି ଦଣ୍ଡାୟମାନ ମୁଦ୍ରାରେ ରହିଥିବା ଦୃଶ୍ୟକୁ ହଜାର ହଜାର ଦର୍ଶନାର୍ଥô ଦର୍ଶନ କରିଥିଲେ । ରାଣୀ କୈକେଇ ରାଜା ଦଶରଥଙ୍କୁ ମାଗିଥିବା ଦୁଇଟି ବର ମଧ୍ୟରୁ ପ୍ରଥମ ବର ଶ୍ରୀରାମଙ୍କ ୧୪ବର୍ଷ ବନବାସ ପାଇଁ ସତ୍ୟ ସନ୍ଧ ରାଜା ଦଶରଥଙ୍କ ସତ୍ୟ ରକ୍ଷା ପାଇଁ ପ୍ରଭୁ ଶ୍ରୀରାମ ରାଜ ସିଂହାସନ ତ୍ୟାଗ କରି ପିତୃସତ୍ୟ ପାଳନ କରିବା ପାଇଁ ବନବାସ ଯାତ୍ରା କରିଥିଲେ । ହେଲେ ଦ୍ୱିତୀୟ ବରଥିଲା ଭରତ ହେବେ ଅଯୋଧ୍ୟାର ରାଜା । ପିତାଙ୍କ ସତ୍ୟ ରଖିବା ପାଇଁ  ଭରତ ନିଜ ଭାଇଙ୍କ ପଦମର୍ଯ୍ୟଦା କ୍ଷୁନ୍ନ ହେବାକୁ ନଦେଇ ରାଜ ସିଂହାସନ ଗ୍ରହଣ କରିନଥିଲେ । ବରଂ ଶ୍ରୀରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିଥିଲେ । ଏହାହିଁ ବିଦ୍ୱାନ ଭରତଙ୍କ ଠାରୁ ଆଶା କରାଯାଇ ପାରେ । ରାମାୟଣ କଥା ବସ୍ତୁର ସମସ୍ତ ଚରିତ୍ର ମାନଙ୍କ ମାଧ୍ୟମରେ ସମାଜକୁ ସଚେତନ କରିବା ପାଇଁ ଭିନ୍ନ ଭିନ୍ନ ବାର୍ତା ବହନ କରିଥାଏ । ଏଣୁ ଭାଇ ଏବଂ ଭାଉଜଙ୍କୁ ଫେରଇ ଆଣିବାକୁ ଭରତ ଅଯୋଧ୍ୟାବାସୀ  ଓ ସୁମନ୍ତଙ୍କ ସହିତ ଆସି ଚିତ୍ର କୁଟରେ ପହଁଚିଥିଲେ ।  ପ୍ରଭୁଙ୍କୁ  ଫେରାଇ ନେବା ପାଇଁ ବହୁ ଅନୁନୟ ବିନୟ ହୋଇଥିଲେ ସୁଧା ଭାଇ ଶ୍ରୀରାମ ଅଯୋଧ୍ୟା ବାସୀଙ୍କର ମଙ୍ଗଳ କାମନା କରି ଭରତକୁ ଫେରିଯିବାକୁ କହିଥିଲେ । ଶେଷରେ ବାଧ୍ୟହୋଇ ଭାତୃଭକ୍ତ ଭରତ ପ୍ରଭୁଙ୍କ ପାଦୁକା ଭିକ୍ଷାକରି ମସ୍ତକରେ ଧରି ଅଯୋଧ୍ୟା ଫେରି ଯାଇଥିଲେ । ଏବଂ ପ୍ରଭୁଙ୍କ ପ୍ରତିନିଧି ଭାବରେ ଭରତ ରାଜ୍ୟ ସମ୍ଭାଳିଥିଲେ । ଆସନ୍ତା କାଲି ସନ୍ଧ୍ୟାରେ ଶ୍ରୀଜିଉ ଅଷ୍ଟାବଧାନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ  ।

 

 

Leave A Reply

Your email address will not be published.