ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନେ୍ଦହ ତଦନ୍ତ କରୁଛି ପୋଲିସ

0

ନୂଆପଡ଼ା,୧୮ ।୪; ଜିଲ୍ଲା ସଦର ମହକୁମା ଠାରୁ ୨୦ କିମି ଧରମବନ୍ଧା ସ୍ଥିତ ଶିଶୁ ବିଦ୍ୟାମନ୍ଦିର ପଛପଟରେ ଆଜି ସକାଳୁ ଏକ ମୃତଦେହ ପଡିଥିବା ଦେଖି ଲୋକେ ଧରମବନ୍ଧା ଥାନା କୁ ଖବର ଦେଇଥିଲେ । ଥାନାଧିକାରୀ ଦିଲ୍ଲୀପ କୁମାର ଲାକ୍ରା ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ ।ପ୍ରାଥମିକ ତଦନ୍ତରୁ ଜଣାଡିଲା ଯେ, ମୃତ ଯୁବକ ଜଣକ ଧରମବନ୍ଧା ଗ୍ରାମର ଯମୁନା ପ୍ରସାଦ ସାହୁ ଙ୍କ ପୁଅ କିଶୋର ସାହୁ (୨୫) ବୋଲି ଜଣାପଡିଛି ।ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି ।  ତାଙ୍କ ମୃତ୍ୟୁ ରହସ୍ୟ ଘେରରେ  ରହିଛି । ପୋଲିସ ସନ୍ଦାନୀ କୁକୁର ସାହାର୍ଯ୍ୟରେ ପୋଲିସ ତଦନ୍ତ ଚଳାଇଛି ବୋଲି ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ କହିଛନ୍ତି । କିଶୋର ନୂଆପଡ଼ା ସ୍ଥିତ ଆଶାଓଡିଶା ନାମକ ଏକ ଘରୋଇ ସଂସ୍ଥାରେ ଏକାଉଣ୍ଟ ବିଭାଗରେ କାମ କରୁଥିଲେ । ତାଙ୍କ ବାପା ଜଣେ ସାଧାରଣ ଚାଷୀ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ସରପଂଚ ଓମପ୍ରକାଶ କଲାର ଓ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.