ନୟାଗଡ ଅବକାରୀ ବିଭାଗ ଚଢାଉ: ମହିଳାଙ୍କ ସମେତ ୨ ଗିରଫ

0

ଓଡଗାଁ(ଶ୍ରୀକାନ୍ତ ମିଶ୍ର)  : ନୟାଗଡଜିଲ୍ଲା ଅବକାରୀ ଅଧିକ୍ଷକ ହମିଦୁଲା ଖାନଙ୍କ ନିର୍ଦ୍ଧଶ କ୍ରମେ ଓଆଇସି ବାଳକୃଷ୍ଣ ପରିଡାଙ୍କ ନେତୃତ୍ୱରେ ଏଏସଆଇ ପ୍ରଫୁଲ୍ଲ କୁମାର ଗୁରୁ, ପୁରୁଷୋତମ ପ୍ରଧାନ, କନେଷ୍ଟବଲ ପ୍ରକାଶ, ନୀଳ, ଶୁଭ ଏବଂ ବିଜୟ ନାୟକଙ୍କ ସହଯୋଗରେ ଆଜି ସକାଳେ ଓଡଗାଁ ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ୨୭ଲିଟର ଦେଶୀ ମଦ ୧୫ଟି ରସଡେକ୍ଚି ଜବତ କରିବା ସହିତ ଗୁଡରେ ପ୍ରସ୍ତୁତ ହୋଇ ରହିଥିବା ୮୦୦ ଲିଟର ପୋଚ ନଷ୍ଟ କରିଥିବା ଜଣାଯାଇଛି । ଏବଂ ଜଣେ ମହିଳାଙ୍କ ସମେତ ୨ଜଣକୁ ଗିରଫ କରିଛନ୍ତି । ଗିରଫମାନେ ହେଲେ ଢୋଲମସ୍କାର ସୁଶାନ୍ତ ଜାନୀ ଓ ଓଡଗାଁ ଦଲକର ରମା ନାୟକ । ସେମାନଙ୍କୁ ଜେଏମଏଫସି ଓଡଗାଁଙ୍କ ବିଚାରଳୟ ପଠାଇଦିଆଯାଇଛି । ଏଠାରେ ସୂଚନାଯୋଗ୍ୟଯେ ଓଡଗାଁ ଶ୍ରୀରାମ ନବମୀ ତଥା ନବଦିନ ସାନ୍ଧ୍ୟ ବେଶ  ଯାତ୍ରାର ଅବ୍ୟବହିତ ପୂର୍ବରୁ ନୟାଗଡ ଅବକାରୀ ବିଭାଗ ଦ୍ୱାରା ଓଡଗାଁ ଦଲକ, ବାହାଡାପିଠା ଓ ଢୋଲମସ୍କା ଠାରେ ମିଳିତ ଚଢାଉ କରାଯାଇଥିଲା  । 

 

Leave A Reply

Your email address will not be published.