ନାମାଙ୍କନରୁ ବଲାଙ୍ଗୀର ଗରମ, ଧୀରେ ଧୀରେ ବଢିବ 

0

ବଲାଙ୍ଗୀରରୁ ସନ୍ତୋଷ ସିଂ ଠାକୁର :  ବଲାଙ୍ଗିର ଜିଲ୍ଲାରେ ଲୋକସଭା ଓ ବିଧାନ ସଭାର ତିନିଦଲର ପ୍ରର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ବଲାଙ୍ଗିର ସହରର ସରଗରମ ହୋଇ ଉଠିଥିଲା | ସକାଳୁ  ସକାଳୁ ନେତାଙ୍କ ଘରେ ଭିଡ ଲାଗିରହିଥିଲା | କିଏ ପୂଜାର ବ୍ୟସ୍ତ ଥାଏ ତ କିଏ ଦଳୀୟ  ପତକା ଲଗାଇବାରେ ବ୍ୟସ୍ତଥାଏ | ଠିକ ସେହିପରି ଆମେ ଦେଖିବାକୁ ପାଇଥିଲୁ  ବିରୋଧି ଦଲ ନେତା ନରସିଂହ ମିଶ୍ର ଓ ତାଙ୍କ ପୁତ୍ର ସମରେନ୍ଦ୍ର ମିଶ୍ର ବିଜୟଲାଭ କରିବା ପାଇଁ ବିଧାୟକଙ୍କ ପତ୍ନି ତଥା ଅମରେନ୍ଦ୍ର ଙ୍କ ମାଁ ବିଜୟଲାଭ କିରିବା ପାଇଁ ପୂଜା ଅର୍ଚନା କରିଥିଲେ | ଆଉଗୋଟେ ପଟରେ ଦେଖିବାକୁ ମିଲିଥିଲା ସାଂସଦ କଲିକେଶ ନାରାୟଣ ସିଂହ ଦେଓ ପତ୍ନି ମଘନା  ସିଂହ ଦେଓ, ଭାଇ ଅର୍କେଶ ନାରାୟଣ ସିଂହ ଦେଓ ତାଙ୍କ ପତ୍ନି ଆଦ୍ରିଜା ମନ୍ଦୋଦରୀ ସିଂହ ଦେଓ ପାଟଣେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚନା କରି ମାଁ ଙ୍କ ଆର୍ଶିବାଦ ନେଇ ପ୍ରାର୍ଥୀପତ୍ର ଦାଖଲ କିବା ପାଇଁ ବାହାରି ଥିଲେ | ବାଣ ଓ ବଜାରେ ଦୁଲୁକୁ ଥିଲା ବଲାଙ୍ଗିର ସହର | ଆଉଗୋଟେ ପଟରେ ମହାରାଣି ସଂଙ୍ଗିତା କୁମାରୀ ସିଂହ ଦେଓ ତାଙ୍କ କରମୀ ଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ | ଠିକ ସେହିପରି ଅନନ୍ତ ଦାସ ତାଙ୍କ ଧର୍ମ ପତ୍ନି ବିଦୁସ୍ମିତା ଦାସ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ | କିନ୍ତୁ ଏଠାରେ ଅନଙ୍ଗ ଉଦୟ ସିଂହ ଦେଓଙ୍କ ସାନ ପୁଅ ଅର୍କେଶ ନାରାୟଣ ପ୍ରର୍ଥୀ ପତ୍ର ଦଖଲ କରିନଥିଲେ , ଆସନ୍ତା କାଲି ପ୍ରଥିୀ ପତ୍ର ଦାଖଲ କରିବେ ବୋଲି ସୁଚନା ମିଲିଥିଲା | ସେହିପରୀ ସ୍ୱଧିୀନ ପ୍ର ଡା.ବିପିନ କୋଶଲିଆ ବଲାଙ୍ଗିର ଲୋକସଭା ଓ ଲୋଇସିଂହା ବିଧାସଭା ଆସନ ପାଇ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ 

Leave A Reply

Your email address will not be published.