ବରଗଡ/ ଗୌରାଙ୍ଗ ଦାସ-ଝାରବନ୍ଧ ବ୍ଲକ ସୀମାନ୍ତ ଗାଁ ବେହେରାଡ଼ୁବୁରୀ ଠାରେ ଏକ କାଠ ବୋଝେଇ ଟ୍ରକ ଜବଦ କରିଛି ଜଙ୍ଗଲ ବିଭାଗ l ସୂଚନା ଅନୁସାରେ ବେହେରାଡ଼ୁବୁରୀ ଗାଁ ରୁ ଏକ ଟ୍ରକ ନଂ ଓ ଆର ୧୭ଏ ଏଫ ୬୭୯୩ ରେ ଛତିଶଗଡ କୁ ବେଆଇନ ଭାବରେ କଉ କାଠ ଚାଲାଣ ହେଉଥିଲା l ଟ୍ରକ ରେ କାଠ ବୋଝେଇ ହୋଇଥିବାରୁ ଏକ କାଦୁଅ ସ୍ଥାନ ରେ ଟ୍ରକ ଟି ଫସି ଯାଇଥିଲା, ସେଠାରେ କିଛି କାଠ କୁ ଅନଲୋଡ଼ କରି ଏକ ନମ୍ବର ବିହୀନ ଟ୍ରାକ୍ଟର ସାହାଯ୍ୟରେ ବାହାର କରାଯାଉଥିଲା, ଏହା କିଛି ଲୋକ ଦେଖି ଜଙ୍ଗଲ ବିଭାଗ କୁ ଖବର ଦେଇଥିଲେ, ଝାରବନ୍ଧ ଫରେଷ୍ଟର ଗିରିରାଜ କୁମ୍ଭାର ନିଜ ଦଳ ସହିତ ଚଢ଼ାଉ କରି ଟ୍ରକ ସହ ଟ୍ରାକ୍ଟର କୁ ଜବଦ କରି ପାଇକମାଳ ରେଞ୍ଜ ରେ ଜମା କରିଥିବା ଜଣା ପଡିଛି l ଟ୍ରକ ଟି ଓଡିଶା ନମ୍ବର ହୋଇଥିବା ବେଲେ ଡ୍ରାଇଭର ଜଣକ ଛତିଶଗଡ ସରାଇପାଲି ଅଞ୍ଚଳ ର ସୁରେନ୍ଦ୍ର ଯାଦବ ବୋଲି ଜଣା ପଡିଛି l ଏହି ଚୋରା ଚାଲାଣ ରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡିବ l
Sign in
Sign in
Recover your password.
A password will be e-mailed to you.