ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଫ୍ରେଣ୍ଡସ୍ କଲୋନୀରେ ରହୁଥିବା ସମାଜସେବୀ , ସାହିତ୍ୟ ଓ ସଂସ୍କୃତି ପ୍ରେମୀ ତଥା ପୂର୍ବତନ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଅଧିକାରୀ ହରିମୋହନ ପଟ୍ଟନାୟକଙ୍କ ପତ୍ନୀ ଲତିକା ପଟ୍ଟନାୟକଙ୍କ ଗତକାଲି ସନ୍ଧ୍ଯାରେ ବିୟୋଗ ଘଟିଛି।
ସେ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। ତାଙ୍କର ଅକାଳ ବିୟୋଗରେ ଏସବିଆଇର ପୂର୍ବତନ କର୍ମକର୍ତ୍ତା ଅନାଦି ପାଣିଗ୍ରାହୀ , ଶିବପ୍ରସାଦ ପଟ୍ଟନାୟକ , କୃଷ୍ଣପ୍ରସାଦ ପାତ୍ର , ସତ୍ୟନାରାୟଣ ପଣ୍ଡା , କୈଳାଶ ମୋହନ ପାଠୀ , ଉମାପ୍ରସାଦ ନାୟକ , ସାରଳା ପଟ୍ଟନାୟକ , ଗୋକୁଳୀ ପାଇକ , ଧର୍ମରାଜ ନାଏକ ତଥା ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟ ଅନୁଷ୍ଠାନ ଯଥା :- କରଣ ସମାଜ , ଜଗନ୍ନାଥ ଅନାଥାଶ୍ରମ , ଉତ୍କଳ ହିତୈଷିଣୀ ସମାଜ , ପ୍ରଗତି ମହିଳା ସଂଗଠନ , ଭକ୍ତି ସଂଗୀତ ସଂସଦ , ନିତ୍ୟାନନ୍ଦ ପାଠାଗାର , କ୍ରିଏଟିଭ ଆର୍ଟସ୍ , ଭକ୍ତି ନୈବେଦ୍ୟ , ନିୟତି , ସମଲେଇ ନୃତ୍ୟକଳା ପରିଷଦ , ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ଆକାଂକ୍ଷା ମହିଳା ଅନୁଷ୍ଠାନ , ବରିଷ୍ଠ ନାଗରିକ ସଂଘ , ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତଥା ଅନ୍ୟାନ୍ୟ ଅନୁଷ୍ଠାନର କର୍ମକର୍ତ୍ତାଗଣ ଦିବଂଗତ ଆତ୍ମାର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ହରିମୋହନ ପଟ୍ଟନାୟକ ଓ ତାଙ୍କର ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.