ପଦ୍ମପୁର/ଶିବାଶିଷ ପଟ୍ଟନାୟକ : – ପଦ୍ମପୁର ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାର ଉନ୍ନତି ସହ ଗ୍ରାମାଞ୍ଚଳର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। କନସିଂହା ଆର୍ଡି ରୋଡ୍ଠାରୁ ଜାମଖାର୍ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ପାଇଁ ୪ କୋଟି ୯୯ ଲକ୍ଷ ୮୦ ହଜାର ଟଙ୍କାର ଅଟକଳ ମୂଲ୍ୟ ଧାର୍ଯ୍ୟ କରାଯାଇଛି।ଆଜି ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ।
ଏହି ରାସ୍ତା ଉନ୍ନତିକରଣ ପ୍ରକଳ୍ପ ଦ୍ୱାରା ଅଞ୍ଚଳର ଲୋକଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ଦୂର ହେବା ସହ ଯାତାୟାତ ଅଧିକ ସୁଗମ ଓ ସୁବିଧାଜନକ ହେବ ବୋଲି ଆଶା କରାଯାଉଛି। ଏହି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶକୁ ମଧ୍ୟ ଗତି ମିଳିବ ବୋଲି ଅଞ୍ଚଳବାସୀ ଆଶାବାଦୀ ଅଛନ୍ତି।