ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଏକୀ କୃତ ପେନ୍ସନ ପରିଚାଳନା ପୋର୍ଟାଲ ର ଉନ୍ମୋଚନ ରାଜ୍ୟ ସ୍ତରରେ 10 ତାରିଖ ରେ ହେବl ପରେ ପଞ୍ଚାୟତ ସମିତି ଏବଂ ପୌରପରିଷଦ ଗୁଣପୁର ର ମିଳିତ ଆନୁକୁଲ୍ୟରେ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal – UPMP)ର ଶୁଭାରମ୍ଭ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଶ୍ରୀମତୀ ଝିଲ୍ଲି ଶବର ଉପାଦକ୍ଷ ସୁଦର୍ଶନ ଶବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସ୍ଵସ୍ତିକ ଜମାଦାର ପୌରପରିଷଦ ଉପାଦକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ ଯୋଗ ଦେଇଥିଲେ l ଏତଦ୍ ବ୍ୟତୀତ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହିଥିଲେ l ସମବେତ ହିତାଧିକାରୀ ଓ ଜନସାଧାରଣଙ୍କୁ ଉଦବୋଧନ ଦେଇ ଅତିଥିମାନେ କହିଥିଲେ ଯେ, ଏହି ନୂତନ ପୋର୍ଟାଲ (upmp.odisha.gov.in) ମାଧ୍ୟମରେ ମଧୁବାବୁ ପେନସନ୍ ଯୋଜନା (MBPY) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅଧୀନରେ ଥିବା ସମସ୍ତ ଭତ୍ତା ସେବା ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏହାଦ୍ୱାରା ଯୋଗ୍ୟ ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ହିତାଧିକାରୀମାନେ ବିନା କୌଣସି ବିଳମ୍ବରେ ଅନଲାଇନ୍ ଆବେଦନ, ଆଧାର ଭିତ୍ତିକ e-KYC ଯାଞ୍ଚ ଏବଂ ପେନସନ୍ ସ୍ଥିତି ଜାଣିପାରିବେ । ଏଣିକି ଭତ୍ତା ପାଇବା ପାଇଁ ହିତାଧିକାରୀଙ୍କୁ ଆଉ ଦୀର୍ଘ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଏହି ଅବସରରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଥିବା ପଞ୍ଚାୟତ ସମିତି ଗୁଣପୁର ra 67 ଜଣ ଏବଂ ଗୁଣପୁର ପୌରପରିଷଦ ର 49 ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁରୀ ଆଦେଶପତ୍ର (Sanction Order) ବଣ୍ଟନ କରାଯାଇଥିଲା । ବିଭାଗୀୟ ଅଧିକାରୀମାନେ ପୋର୍ଟାଲର ବ୍ୟବହାର ସମ୍ପର୍କରେ ସୂଚନା ଦେବା ସହ ବ୍ଲକ୍ କାର୍ଯ୍ୟାଳୟ ଓ ଜନସେବା କେନ୍ଦ୍ର (CSC) ମାଧ୍ୟମରେ ହିତାଧିକାରୀଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଗୋଷ୍ଠୀ ସାମାଜିକ ଅଧିକାରୀ ସୁଶ୍ରୀ ସ୍ମୃତି ପ୍ରଭା ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପଞ୍ଚାୟତ ସମିତି ର ସମସ୍ତ ଅଧିକାରୀ ତାଙ୍କୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
କନସିଂହା ଆର୍ଡି ରୋଡ୍ରୁ ଜାମଖାର୍ ପର୍ଯ୍ୟନ୍ତ ରାସ୍ତା ର ଶିଳାନ୍ୟାସ କଲେ ବିଧାୟିକା ବର୍ଷା ସିଂ ବରିହା।
Next Post