ନଦୀ କୁ ଗାଧୋଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

10


କଟକ ରୁ ରଞ୍ଜିତ ମହାପାତ୍ର: କଟକ ସଦର ଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ଆରୀୟନ ସାହା ଆଜି ସ୍କୁଲ ବନ୍ଦ ଥିବା କାରଣରୁ ତାଙ୍କ ସାଙ୍ଗକୁ ଡାକି କାଠଯୋଡ଼ି ନଦୀକୁ ଗାଧେଇ ବା ପାଇଁ ଯାଇ ଥିଲେ ନଦୀର ସ୍ରୋତ ପ୍ରଖର ଦିବାରୁ ଆରୀ ୟନ ଏକ ଖାଇରେ ପଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ କୁ ପଠାଇ ଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆରୀୟନ ନିକଟସ୍ଥ ମା ତାରିଣୀ ବିଦ୍ୟାପୀଠ ର ଅଷ୍ଟମ ଶ୍ରେଣୀ ର ଛାତ୍ର ଥିଲେ ସେ ବାପ ମା ଙ୍କ ର ଗୋଟିଏ ପୁତ୍ର ଥିଲେ।ବାପ ଜଣେ ଦିନ ମଜୁରୀୟ। ପରେ ମେଡିକାଲ ରୁ ପୋଷ୍ଟମଟମ ସାରି ପ୍ରଥମେ ଆରୀୟନ ର ଶବ ଘରକୁ ଯାଇଥିଲା। ତେବେ ପ୍ରକାଶ ଥାଉକି ଏହି ଦୁଃଖଦ ସମୟରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠି ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଥିଲେ। ଗ୍ରାମ ବାସି ମାନେ ଏପରି ଅଘଟଣ କୁ ବିଶ୍ୱାସ କରିପାରୁ ନ ଥିଲେ ମଧ୍ୟ ଶୋକସନ୍ତପ୍ତ ପରିବାରକୁ ସ୍ୱାନ୍ତାନ ଦେଇ ଖାନନଗର ସ୍ଥିତ ସ୍ୱର୍ଗ ଦ୍ୱାର ସ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଇଥିଲେ।

Leave A Reply

Your email address will not be published.