ବ୍ରହ୍ମପୁର : ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ଏମସିଏମ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଆମ୍ବ ଗଡ଼ ସମବାୟ ସମିତି ସଭାପତି ଥତା ଏହି ଅଞ୍ଚଳର ଯୁବ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଓ ବିଦ୍ୟାଳୟର ନୂତନ ଏସଏମସି ସଭାପତି ଓ ପୂର୍ବତନ ସଭାପତି ଲକ୍ଷ୍ମୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ. ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭକରିଥିଲେ. ଭେନୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁନିତା ସାହୁ ମଞ୍ଚ ପରିଚାଳନା କରି ଅତିଥି ମାନଙ୍କ ପରିଚୟ କରିଥିଲେ ଓ ବିଦ୍ୟାଳୟର ଶିକ୍ଷକ ମାନସ ରଞ୍ଜନ ମିଶ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, ଜନତା ସାହୁ, ସୁମିତ୍ରା ମହାପାତ୍ର ଓ ଆଞ୍ଚଲ ବିଶୋଇ ସହଯୋଗ କରିଥିଲେ. କ୍ଲଷ୍ଟରର 12 ଗୋଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷୟତ୍ରୀ ଓ ଏଫଏଲଏନ ଶିକ୍ଷକଓ ଶିକ୍ଷୟତ୍ରୀ ମାନେ ଏମସିଏମରେ ଯୋଗ ଦେଇଥିଲେ. ଗୁଣ୍ଠବନ୍ଧ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ , ଦକ୍ଷିଣପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଏ. ପୁଷ୍ପଲତା ଓ ରଶ୍ମିତାକୁମାରୀ ପ୍ରଧାନ, ଲାଞ୍ଜିଆ ପ୍ରଧାନ ଶିକ୍ଷୟତ୍ରୀ ନମିତା କୁମାରୀ ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣପୁର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକ ଓ ରାଜଲକ୍ଷ୍ମୀ ନାହାକ , ପଦରବାଲି ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର, ଭଗବାନପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ମହାନ୍ତି , ବୁଦାଲୁଣ୍ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର , ଏସ /ଏସ କୁମ୍ଭଝରି ଶିକ୍ଷକ ପି. ନରସିଂହ, ବିରିବାଡିଆ ପ୍ରଧାନ ଶିକ୍ଷକ ସୋମିୟ ରଞ୍ଜନ ଦାଶ,ଶିକ୍ଷକ ତଳ କୁମ୍ବଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର. ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ଆଚାରୀ ଯୋଗ ଦେଇ ଥିଲେ.କ୍ଲଷ୍ଟର ସିଆରସିସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଓ ସିଆରଜି ଗୀତାଞ୍ଜଳି ବିଶୋଇ ଉପସ୍ଥିତି ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଏମସିଏମ କୁ ସ୍ୱାଗତ କରି ଏମସିଏମକୁ ପରିଚାଳନା କରିଥିଲେ ଏବଂ ସମସ୍ତ ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ ଓ ଏଵିଓ ତଥା ଵିଆରସିସି ବସନ୍ତ କୁମାର ସେଠି ଏମସିଏମ ରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବିଦ୍ୟାଳୟରେ କିପରି ଏମସିଏମ ରେ ଥିବା ବିଷୟ ବସ୍ତୁକୁଶିକ୍ଷାର୍ଥୀ ମାନଙ୍କ ନିକଟରେ ଠିକ ଭାବେ ରେ ଉପସ୍ଥାପନା କରିବେ ସେଥି ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ .ବିଦ୍ୟାଳୟ ପାଚିକା ମାନେ ଭୋଜନ ପ୍ରସ୍ତୁତି ଓ ପରିବେଷଣ ଦାୟିତ୍ୱନେଇଥିଲେ.|
Sign in
Sign in
Recover your password.
A password will be e-mailed to you.