ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା। କିଛି ଗଞ୍ଜେଇ ମାଫିଆଙ୍କ ଦ୍ୱାରା ବାହାର ରାଜ୍ୟକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ପାଇଁ ଚିତ୍ରକୋଣ୍ଡା ଡ୍ୟାମ ନିକଟ ଜଙ୍ଗଲରେ ୩୧ ଟି ଜରି ବସ୍ତାରେ ଗଚ୍ଛିତ ରଖାଯାଇଥିବା ମୋଟ ୭୭୫ କିଲୋ ଗଞ୍ଜେଇକୁ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ। ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ ଜରାଯାଇନାହିଁ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଚିତ୍ରକୋଣ୍ଡା ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉକ୍ତ ଜଙ୍ଗଲରେ ବେଆଇନ ଭାବେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ତୁରନ୍ତ ଚିତ୍ରକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଉକ୍ତ ଗଞ୍ଜେଇକୁ ଜବତ କରି ଥାନାକୁ ଆଣିଥିଲେ । ଏନେଇ ପୋଲିସ ପକ୍ଷରୁ ଥାନାରେ କେସ ନମ୍ବର -୧୭୩/୨୦୨୩ ରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରାଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରି ଜବତ କରାଯାଇଥିଲା ଏହି ଘଟଣାର ତଦନ୍ତ ଥାନା ଅଧିକାରୀ ଶ୍ରୀ ଖଣ୍ଡେଇ ଜାରି ରଖିଛନ୍ତି। ତେବେ ଏହି ଘଟଣାରେ କେଉଁ ବ୍ୟକ୍ତି ମାନଙ୍କର ସମ୍ପୃକ୍ତି ରହିଛି ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ଖଣ୍ଡେଇ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.