ଗୋଷାଣୀ ବ୍ଲକର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

67

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀରାରାଜୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କୁମାରୀ ଜେନା , ବ୍ଲକ ଫାଇନାନ୍ସ ଅଫିସର ଗଜେନ୍ଦ୍ର ବେହେରା ଯୋଗଦେଇଥିଲେ।
ଏହି ଅବସରରେ ବ୍ଲକର ସମସ୍ତ କର୍ମଚାରୀଙ୍କ ସମତେ ଶ୍ରୀ ପାତ୍ରଙ୍କ ସହଧର୍ମିଣୀ ଉମାଦେବୀ ପଟ୍ଟନାୟକ , ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପାତ୍ର ଗୋଷାଣୀ ବ୍ଳକର ଉନ୍ନ‌ତୀକରଣ ପାଇଁ ବିଗତ ଦୁଇ ବର୍ଷ ଧରି ବହୁ କାର୍ଯ୍ୟ ନିଷ୍ଠାର ସହ କରିଛନ୍ତି । ତାଙ୍କର ଉପଦେଶ ଯୋଗୁଁ ସମସ୍ୟା ଉପୁଜୁଥ‌ିବା କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପାଦିତ ହୋଇପାରୁଥିଲା। ସରକାରୀଙ୍କ ଯୋଜନା ଗୁଡିକ କିଭଳି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ନେଇ କାର୍ଯ୍ୟ କରିଥିଲେ ବୋଲି କୁହାଯାଇଥିଲା। ଏଥି ଯୋଗୁଁ ସେ ବହୁ ସୁନାମ ଅର୍ଜନ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ରଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛା ଓ ମାନପତ୍ର ପ୍ରଦାନ କରି ଭବ୍ୟ ବିଦାୟ ଦିଆଯାଇଥିଲା।
ସମସ୍ତେ ଶ୍ରୀ ପାତ୍ରଙ୍କ ସୁସ୍ଥ ,ଶାନ୍ତିମୟ ଓ ଦୀର୍ଘ ଜୀବନ କାମନା କରିଥିଲେ। ଏହି ସମୟରେ ସମସ୍ତେ ଅତ୍ୟନ୍ତ ଭାବବିହ୍ୱଳ ଓ ଆବେଗ ହୋଇଥିବା ଅନୁଭବ କରାଯାଇଥିଲା।

Leave A Reply

Your email address will not be published.