ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ଥାନା ପୋଲିସ ପକ୍ଷରୁ କଫ ସିରପ୍, ଗଞ୍ଜେଇ, ବାଲି ଚୋରି ଉପରେ କଡ଼ା ନଜର ରଖି ସହର ତଥା ଆଖପାଖ ଅଞ୍ଚଳରେ ଜୋରସୋର ଧରପଗଡ ଚାଲିଥିବା ପରେ ଆଜି ବରିହାପାଲି ଅଞ୍ଚଳରେ ଚାଳିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କୃପାସିନ୍ଧୁ ପଧାନ (ଇଚ୍ଛାପାଲି), ଯଶୋବନ୍ତ ବିଶ୍ବାଲ (ପତ୍ରାପାଲି), ଦୟାସାଗର ବରିହା (ଅକ୍ଷୁଣ୍ଡା), ଖାରବେଳ ଭୋଇ (ଇଚ୍ଛାପାଲି), ବୀରେନ୍ଦ୍ର ମେହେର (ବରିହାପାଲି), ମନୋଜ ବରିକ ଏବଂ ଜନ୍ମୟ ବିଶ୍ବାଲ (ପତ୍ରାପାଲି)। ଅଭିଯୁକ୍ତଙ୍କ ନିକଟରୁ ୬ଟି ମୋବାଇଲ ଫୋନ, ଗୋଟିଏ ବାଇକ୍, ନଗଦ ୧୧, ୨୦୦ ଟଙ୍କା ଏବଂ ୨ ପ୍ୟାକେଟ ତାସ ଜବତ ହୋଇଛି। ଏହି ଘଟଣାରେ ପଦ୍ମପୁର ଥାନାରେ ଏକ ( ନଂ.୧୯୪/୨୬) ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇ ଥିବା ଏସ.ଡି.ପି.ଓ ପାଣ୍ତବ ଶବର ସୁଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.