ନିଖୋଜ ୨ ନାବାଳିକା ଉଦ୍ଧାର, ପରିବାର ଲୋକଙ୍କୁ ହସ୍ତାନ୍ତର

50

ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ୨ ଜଣ ନାବାଳିକାଙ୍କୁ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ଉଦ୍ଧାର କରିଛି। ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ଲୋକଙ୍କ ଜିମା ଦିଆଯାଇଛି। ଓଡ଼ଗାଁ ଥାନା ନିଖୋଜ ମାମଲା ନମ୍ବର ୧୬୩/୨୬ ଅନୁଯାୟୀ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବଂ ମାମଲା ନମ୍ବର ୨୨୦/୨୬ ଅନୁସାରେ ଜଣେ ୧୪ ବର୍ଷୀୟା ନାବାଳିକା ନିଖୋଜ ଥିଲେ। ପୋଲିସ ତଦନ୍ତ କରି ଉଭୟଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ଉଭୟ ନାବାଳିକାଙ୍କୁ ପରିବାର ଲୋକଙ୍କ ଜିମା ଦେବା ପରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଧାରା ୧୩୭(୨) ଅନୁଯାୟୀ ମାମଲାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍ୟବିବାହ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ଜାରି ରହିଥିଲେ ମଧ୍ୟ ନାବାଳିକା ନିଖୋଜ ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଏଭଳି ଘଟଣା ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଅଧିକ ସଚେତନତା ଓ ନିରୀକ୍ଷଣର ଆବଶ୍ୟକତା ରହିଛି।

Leave A Reply

Your email address will not be published.