ଓଡ଼ଗାଁ, ୩୦।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପନ୍ତିଖାରୀ ଶାସନ ଗ୍ରାମସ୍ଥିତ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ପାଞ୍ଚଦିନ ଧରି ଚାଲିଥିବା ୭୫ତମ ଅନ୍ନପୂର୍ଣ୍ଣା ବୃଷ୍ଟି ଯଜ୍ଞ ବୁଧବାର ଉଦ୍ଯାପିତ ହୋଇଛି। ପନ୍ତିଖାରୀ ଓ ନୋତରପଲ୍ଲୀ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଯଜ୍ଞର ଚତୁର୍ଥ ସନ୍ଧ୍ୟାରେ ଯଜ୍ଞ କମିଟି ସଭାପତି ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ଆଚାର୍ଯ୍ୟ କମଳାକାନ୍ତ ରଥ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦୀର୍ଘବର୍ଷ ଧରି ଯଜ୍ଞରେ ମୁଖ୍ୟ ପୁରୋଧା ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ପଣ୍ଡିତ ସତ୍ୟନାରାୟଣ ଷଡ଼ଙ୍ଗୀ ଓ ପଣ୍ଡିତ ସର୍ବେଶ୍ୱର ଦାଶଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱର୍ଗତ ପଣ୍ଡିତ ତ୍ରିନାଥ ହୋତାଙ୍କ ଆତ୍ମାର ସଦ୍ଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା। ଯଜ୍ଞରେ ପଣ୍ଡିତ ସର୍ବେଶ୍ୱର ଦାଶ ବ୍ରହ୍ମା, ରଘୁନାଥ ଦାଶ ସମିଧ, ଦିଲ୍ଲୀପ କୁମାର ହୋତା ସାକଲ୍ୟ, ତନ୍ମୟ କୁମାର ହୋତା ଚରୁ, ନାରାୟଣ ଦାଶ ରୁଦ୍ରାଭିଷେକ ଓ ଲଡୁକେଶ୍ୱର ରଥ ଚଣ୍ଡୀପାଠ ଦାୟିତ୍ୱ ତୁଲାଇଥିଲେ। ଚାରିଦ୍ୱାର ଯଜ୍ଞକୁଣ୍ଡରେ ଚାରିବେଦଙ୍କୁ ଆହୁତି ପ୍ରଦାନ କରାଯାଇଥିଲା। ଯଜ୍ଞ କମିଟି, ଗ୍ରାମବାସୀ ଓ ନୀଳକଣ୍ଠେଶ୍ୱର କ୍ଲବ୍ର ଯୁବକମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଶାଗୁଆ ବର୍ଣ୍ଣର ଶାଳପତ୍ରରେ ପରିବେଷିତ ଅନ୍ନପ୍ରସାଦ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଥିଲା।
Sign in
Sign in
Recover your password.
A password will be e-mailed to you.
Next Post