ସହିଦ ପରିବାର ଓ ଅବସରପ୍ରାପ୍ତ ସୈନିକଙ୍କ ନିମନ୍ତେ ବିଜେପି ର ରାଷ୍ଟ୍ରୀୟ ସୁରକ୍ଷା ଦିବସ

0 1

ନୂଆପଡ଼ା(ଅମିତ କୁମାର ପୁରୋହିତ)

ସହିଦ ପରିବାର ଓ ଅବସରପ୍ରାପ୍ତ ବୀର ସୈନିକଙ୍କ ସମ୍ମାନାର୍ଥେ ନୂଆପଡ଼ା  ଜିଲ୍ଲା ବିଜେପି  ପକ୍ଷରୁ ସ୍ଥାନୀୟ ଏନଏସସି  କଲ୍ୟାଣ ମଣ୍ଡପରେ  ରାଷ୍ଟ୍ରୀୟ ସୁରକ୍ଷା ଦିବସ ପାଳିତ ହୋଇଛି । ଏହି ଅବସରରେ ଜିଲ୍ଲାର ସହିଦ ପରିବାର ଓ ଅବସରପ୍ରାପ୍ତ ସୈନିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅବସରପ୍ରାପ୍ତ ସୈନିକ ସଂଘର ଜିଲ୍ଲା ସଭାପତି ନିମାଇଁ ଚରଣ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚତୁଭୁର୍ଜ ଶର୍ମା ମୁଖ୍ୟ ଅତିଥି, ଜିଲ୍ଲା ସାଧାରଣ ସମ୍ପାଦକ ଶୁଶାନ୍ତ କୁମାର ପତି ପ୍ରମୁଖ ସମ୍ମାନିତ ଭାବେ ଯୋଗ ଦେଇଥିଲେ । ମଣ୍ଡଳ ସଭାପତି ପ୍ରଦୀପ ମହାପାତ୍ର ମଂଚ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ସୈନିକ ଅମୁଲ୍ୟ ପଣ୍ଡା, ତୁଲସିରାମ ଶବର, ଅଯୋଧ୍ୟାନାଥ ଦାସ, ଅଜିତ ପଣ୍ଡା, ସୁରେନ୍ଦ୍ର କୁମାର, ଅଜିତ ଚନ୍ଦ୍ର ପ୍ରଧାନ, ପବିତ୍ର ମାଝି, ଅଭିରାମ ମାଝି, ଦାମୋଦର ମାଝି, କାଲିଚରଣ ଦାସ, ରୁପନାରାୟଣ ଦୁରିଆ, ଅର୍ଜୁନ ସିଂ ଦଳପତି, କେଦାର ତାଣ୍ଡି, ସୁଦାମ ଦୁବେ, ସୁବାଷ ପତି, ଯଶୋବନ୍ତ ତାଣ୍ଡି ପ୍ରମୁଖ ୫୭ ଜଣ ଅବସରପ୍ରାପ୍ତ ସୈନିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା, ଅଭିଷେକ ପଣ୍ଡା, ସରିତା ସିଂ, ମଳୟ ରଞନ ମଣ୍ଡଳ ପ୍ରମୁଖ ଏଥିରେ ସହଯୋଗ କରିଥିଲେ । 

Leave A Reply

Your email address will not be published.