ବିଦ୍ୟାଳୟ ୫୩ ବର୍ଷ ପାଳିଲା  ପ୍ରଥମ ବାର୍ଷିକ ଉତ୍ସବ : ଅବ୍ୟବସ୍ଥା ଓ ଅସୁବିଧାକୁ ନେଇ ଅଭିଭାବକଙ୍କ ଅସନ୍ତୋଷ 

0 1

ନୂଆପଡା( ଅମିତ କୁମାର ପୁରୋହିତ)

ନୂଆପଡା ଏନ.ଏସ.ସି ଅନ୍ତର୍ଗତ  ମହୁଆଭଟା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଉତ୍ସବରେ ଏନ.ଏସ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ମୁଖ୍ୟ ଅତିଥି. ଜିଲ୍ଲା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ମୁଖ୍ୟ ବକ୍ତା, ସି.ଆର.ସି.ସି ମନୋରଞନ ଶତପଥୀ ,ନରେନ୍ଦ୍ର କୁମାର ରଥ, ପ୍ରଧାନ ଶିକ୍ଷୟତ୍ରୀ ସୁରମା ଦାସ ଆଦି ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ  ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତି କରଣ ପାଇଁ ମୋ ସ୍କୁଲ ଅଭିଯାନ ମୁତାବକ ପାଖାପାଖି ୧୩୦୦୦ ଟଙ୍କା ବିଦ୍ୟାଳୟ ପାଣ୍ଠି କୁ ପ୍ରଦାନ କରିଥିଲେ । ଏପରିକି ଦିପକ କୁମାର ରଣା ନାମକ ଜଣେ ଛାତ୍ର ଜିଲ୍ଲପାଳଙ୍କ ଠାରୁ ପୁରସ୍କାର ରାଶି ରୂପେ ପାଇଥିବା ୨୦୦୦ ଟଙ୍କା ମଧ୍ୟ ବିଦ୍ୟାଳୟ ପାଣ୍ଠିକୁ ଦାନ କରିଥିଲେ । ମୁଖ୍ୟ ଅତିଥି ଧନେଶ୍ୱରୀ ଘିବେଲା, ଫଗୁନି ରଣା,ଜଗନ୍ନାଥ ରଣା, ରଶ୍ମି ରଣା, ଆଦିଙ୍କୁ ସ୍ୱଛତା, ବିଜ୍ଞାନ ମେଳା, ଶତପ୍ରତିଶତ ଉପସ୍ଥିତି, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁରଷ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୂଚନାଯୋଗ୍ୟ ଯେ ୧୯୬୬ ମସିହାରୁ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଏହା ପ୍ରଥମ ବାର୍ଷିକ ଉତ୍ସବ  ଥିଲା । ବିଦ୍ୟାଳୟ କମିଟି ଓ ଗ୍ରାମବାସୀ ଏଥିପାଇଁ ଖୁସି ଥିଲେ ମଧ୍ୟ ବିଦ୍ୟାଳୟର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟାଳୟରେ ୩୧୧ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ ମଧ୍ୟ ସେମାନଙ୍କ ପାଇଁ ନା ଅଛି ପର୍ଯ୍ୟାପ୍ତ ଶେଣୀ କୋଠରୀ ନା ଅଛି ଶୈାଚାଳୟ ନା ଅଛି ଖେଳ ପଡିଆ । ବର୍ଷା ଦିନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ ଉଭୟ  ଛାତ୍ରଛାତ୍ରୀ  ଏବଂ ଶିକ୍ଷୟତ୍ରୀ ମାନଙ୍କୁ । ବାରମ୍ବାର ପ୍ରସାସନିକ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ କୈାଣସି ସୁଫଳ ମିଳିପାରି ନାହିଁ । ଏଣୁ ଏହାର ସ୍ଥାୟୀ ନିରାକରଣ ପାଇଁ ଗଣମାଧ୍ୟମ ଜରିଆରେ ଗ୍ରାମବାସୀ ପ୍ରସାସନିକ ଅଧିକାରୀ ନିମନ୍ତେ ଦାବି କରିଛନ୍ତି । କାର୍ଯ୍ୟକ୍ରମକୁ ସୁଶ୍ରୀ ସଙ୍ଗୀତା ବେଉରା ପରିଚାଳନା କରିଥିଲା ବେଳେ ବିଦ୍ୟାଳୟ କମିଟି ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.