ବଡ଼ବିଲ ବିଜେଡି ତରଫରୁ ବିଜୁ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

0 1

ବଡ଼ବିଲ(ଚିତ୍ତ ରଞ୍ଜନ କର) : ମାର୍ଚ୍ଚ ୫ତାରିଖ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ବଡ଼ବିଲ ପିଏଚଡ଼ି ସ୍ଥିତ ଶ୍ରୀ ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ବିଜେଡି ନଗର ସଭାପତି ପ୍ରଶାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ବିଜେଡି ନେତା କୁଶ ଆପଟ ଯୋଗଦେଇ ସମସ୍ତ କର୍ମୀଙ୍କୁ ଭେଦ ଭାବ ଭୁଲି ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଏହି ସଭାରେ ବଡ଼ବିଲ ମ୍ୟୁନିସିପାଲିଟିର ସମସ୍ତ ୱାର୍ଡରୁ ୪୦୦ରୁ ଅଧିକ ପୁରୁଷ ଓ ମହିଳା କର୍ମକର୍ତ୍ତା ତଥା କର୍ମୀ ଯୋଗ ଦେଇଥିଲେ। ବରିଷ୍ଠ ବିଜେଡି ନେତା ବିଜୟ ମହାନ୍ତି ଏହି ସଭାରେ ଯୋଗଦେଇ ଆସନ୍ତାକାଲି କଳିଙ୍ଗ ନଗରଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବାହ୍ନ  ୯ଟାରେ ଅନୁଷ୍ଠିତ ହେବ ଓ ଏକ ବାଇକ ରାଲି ବଡ଼ବିଲ ସହର ପରିକ୍ରମା କରିବା କାର୍ଯ୍ୟକ୍ରମ ଥିବା ନେଇ ସୂଚନା ଦେଇଥିଲେ।

Leave A Reply

Your email address will not be published.