ରମାକାନ୍ତ ରଥଙ୍କୁ “ପ୍ରେମ ପୁରୁଷ” ସମ୍ମାନ

0

ଭଦ୍ରକ, (ସତ୍ୟ ଭୂଷଣ ସ୍ୱାମୀ): ଶ୍ରୀରାଧାର ଯଶସ୍ୱୀ କବି ରମାକାନ୍ତ ରଥଙ୍କୁ ଭଦ୍ରକରୁ ପ୍ରକାଶିତ ‘ପ୍ରେମ ପୃଥିବୀ’ ପତ୍ରିକା ତରଫରୁ କବି ଶ୍ରୀ ରଥଙ୍କୁ ଖାରବେଳନଗର ସ୍ଥିତ ବାସଭବନରେ ଏକ ଅପାରଂପରିକ ବଂଧୁମିଳନୋତ୍ସବରେ ପ୍ରେମ ପୁରୁଷ ଉପାଧି ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଅଧ୍ୟାପକ ବିଶ୍ୱରଂଜନ ଏହି ପୁରସ୍କାରର ତାତ୍ପର୍ୟ  ବିଷୟରେ ପ୍ରକାଶ କରିଥିଲେ । ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ସ୍ୱାଗତ କରିଥିଲେ ଏବଂ ବଂଧୁମିଳନର ଶେଷସ୍ପର୍ଶ ଦେଇଥିଲେ ଅଧ୍ୟାପକ ପବିତ୍ର ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ କବି ସୁଚିତ୍ରା ପାଣିଗ୍ରାହୀ, ଡ. ବନପ୍ରଭା ପରିଡା, ଚିତରଂଜନ ବେହେରା, ନିରାକାର ଦାସ, ସୁକାନ୍ତ ରାଉତ, ଡ. ସୁନିଲ ମିଶ୍ର, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରକାଶିକା ଅନ୍ନପୂର୍ଣ୍ଣା ପଣ୍ଡା, ସାମ୍ବାଦିକ ଅବିନାଶ ପଣ୍ଡା, ଶ୍ରୀନିବାସ ସାହୁ, ଡ. ବୈରାଗୀ ପଟ୍ଟନାୟକ, ଡ. ଚିତରଂଜନ ବେହେରା, ଦୁର୍ୟୋଧନ ଖଟୁଆ ପ୍ରମୁଖ ଯୋଗଦେଇଥିଲେ ।  ପ୍ରକାଶ ଥାଉକି ପୂର୍ବରୁ ଅଧିବକ୍ତା ରାଖାଲ ଚନ୍ଦ୍ର ଦାସ, ଡ. କୃଷ୍ଣଚରଣ ବେହେରା, ମହାପାତ୍ର ନୀଳମଣି ସାହୁ, ଡ. ବିଭୂତି ପଟ୍ଟନାୟକ ଓ ଡ. ପ୍ରତିଭା ରାୟ ପ୍ରମୁଖ ଏହି ଉପାଧିରେ ସମ୍ବର୍ଦ୍ଧିତ ହୋଇସାରିଛନ୍ତି ।

Leave A Reply

Your email address will not be published.