ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି ଓ ବିଜେଡ଼ି ନେତାଙ୍କ କଂଗ୍ରେସରେ ଯୋଗଦାନ

0

ଭୁବନେଶ୍ୱର – ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀର ବରିଷ୍ଠ  ବିଜେପି ନେତା ତଥା ଚିଲିକା ମତ୍ସ୍ୟ କେନ୍ଦ୍ର ସମବାୟ ସମିତିର ନିଦେ୍ର୍ଧଶକ ତଥା ଚିଲିକା କୈବର୍ତ ଯୁବସମାଜର ସଭାପତି ଓ ଚିଲିକା ମତ୍ସ୍ୟଜୀବି ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ଦିଲ୍ଲିପ କୁମାର ବେହେରା, ମୋଚିରାମ ବେହେରା, ମଙ୍ଗୁଳି ବେହେରା, ଟୁନା ବେହେରା ଓ ମତ୍ସ୍ୟଜିବୀ ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ସଦସ୍ୟ ଓ ତାଙ୍କ ସମର୍ଥକମାନେ କଂଗ୍ରେସ ବିଚାରଧାରା, ଜାତୀୟ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଆଜି କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ଏହି ଯୋଗଦାନ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ, ନେତୃବୃନ୍ଦ ଓ ତାଙ୍କ ସମର୍ଥକଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ଏହି ମିଶ୍ରଣ ପର୍ବରେ ପିସିସି  ଅନୁସୂଚୀତା ଜାତି ବିଭାଗର ସଭାପତି ତଥା ପୂର୍ବତନ ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ, ପିସିସି ଉପସଭାପତି ଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପ୍ରଦୀପ ସ୍ୱାଇଁ, ସଂଜୀବ ମହାନ୍ତି, ପ୍ରଦେଶ କଂଗ୍ରେସ ମୁଖପାତ୍ର ହିଂମାଶୁ କୁମାର ଲେଙ୍କା, ରଜନୀ କୁମାର ମହାନ୍ତି ଓ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ସମସ୍ତ ନୂଆକରି ମିଶିଥିବା ବନ୍ଧୁମାନଙ୍କୁ ଚିଲିକା ଏକ ମତ୍ସ୍ୟଜୀବି ବହୁଳ  ନିର୍ବାଚନ ମଣ୍ଡଳୀ ହୋଇଥିବା ହେତୁ କିଭଳି ଭାବରେ ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦୃଢ଼ ଆଶାପ୍ରକଟ କରିଥିଲେ । ଶ୍ରୀ ଦିଲ୍ଲିପ ବେହେରା ଆସନ୍ତା ଦିନରେ କଂଗ୍ରେସକୁ ଚିଲିକା ନିର୍ବାଚନ ମଣ୍ଡଳୀରେ ମଜବୁତ କରିବା ସହିତ ଅଧିକ କ୍ରିୟାଶୀଳ କରିବାପାଇଁ ନିଜ ପ୍ରତିକ୍ରିୟାରେ ମତ ପ୍ରକାଶ କଲେ । 

Leave A Reply

Your email address will not be published.