ଦୁଗ୍ଧ  ସମବାୟ ସମିତିର ଦୁଗ୍ଧ  ଚାଷୀମାନଙ୍କ ପାଇଁ ଖୁସି ଖବର 

0

 ଦିଆଯାଉଥିବା ପ୍ରୋତ୍ସାହନ ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ମାନ୍ଦା ସମୟରେ ଦୁଗ୍ଧ  ସମବାୟ ସମିତିର ଦୁଗ୍ଧ  ଚାଷୀମାନଙ୍କୁ ଦିଆଯାଉଥିବା ପ୍ରୋତ୍ସାହନ  ରାଶି ଲିଟର ପିଛା ୧ ଟଙ୍କାରୁ ୨ ଟଙ୍କାକୁ ବୃଦ୍ଧି କରିଛନ୍ତିା ଏହି ବର୍ଦ୍ଧିତ ରାଶି ଦୁଗ୍ଧ  ଚାଷୀମାନଙ୍କୁ ଚଳିତ ମାର୍ଚ୍ଚ -୨୦୧୯ରେ ପ୍ରଦାନ କରାଯିବା ସହିତ ଆଗାମୀ ସେପେଫମ୍ବର ୨୦୧୯ରୁ ମାର୍ଚ୍ଚ ମାସ ୨୦୨୦ ପର୍ଯ୍ୟନ୍ତ ପ୍ରଦାନ କରାଯିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା କହିଛନ୍ତି | ବଜାରରେ ଉପଲବ୍ଧ ଗୋଖାଦ୍ୟ ଏବଂ ଗୋଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ କଞ୍ଚାମାଲର ଦରବୃଦ୍ଧି ହେତୁ ଦୁଗ୍ଧ ଚାଷୀମାନଙ୍କୁ ସହାୟତା ଯୋଗାଇଦେଇ ଦୁଗ୍ଧ ଚାଷକୁ ଲାଭଜନକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେପେଫମ୍ବର ୨୦୧୮ରୁ ମାର୍ଚ୍ଚ ୩୧ ୨୦୧୯ ପର୍ଯ୍ୟନ୍ତ ମାନ୍ଦା ସମୟରେ ଦୁଗ୍ଧ  ସମବାୟ ଅନ୍ତର୍ଗତ ଦୁଗ୍ଧ ଚାଷୀମାନଙ୍କୁ ଲିଟର ପିଛା ୧ ଟଙ୍କା ହିସାବରେ ପ୍ରୋତ୍ସାହନ ରାଶି ଦେବା ପାଇଁ ଯୋଜନା ପ୍ରଣୟନ କରିଥିଲେ |

ଦୁଗ୍ଧ ଚାଷୀମାନଙ୍କୁ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯିବା ଏହା ଦ୍ୱାରା ପ୍ରାୟ ୪ ହଜାର ଦୁଗ୍ଧ  ସମବାୟ ସମିତି ଅନ୍ତର୍ଗତ ୨ ଲକ୍ଷରୁ ଉର୍ଦ୍ଧ୍ବ ଦୁଗ୍ଧ ଚାଷୀ ଉପକୃତ ହେବେ |  ସେହିପରି ରାଜ୍ୟ  ସରକାରଙ୍କ ଦୁଗ୍ଧ ଚାଷୀମାନଙ୍କୁ ଗୋରୁ ଗୁହାଳ ନିର୍ମାଣ ନିମନ୍ତେ ଆର୍ଥିକ  ସହାୟତା ଯୋଗାଇଦେବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛନ୍ତିା ଏହି ଯୋଜନାରେ ଦୁଗ୍ଧଚାଷୀମାନଙ୍କୁ ଗୁହାଳ ନିର୍ମାଣ ନିମନ୍ତେ ୧୨ ହଜାର ୫୦୦ ଟଙ୍କା ଅର୍ଥରାଶିରୁ ଚାଷୀଙ୍କୁ କେବଳ ୬୨୫୦ ଟଙ୍କା ଦେବାକୁ ପଡ଼ିବ | ଅବଶିଷ୍ଟ ୬୨୫୦ ଟଙ୍କା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅର୍ଥରୁ ଯୋଗାଇ ଦିଆଯିବା ଏହି ଯୋଜନାରେ ରାଜ୍ୟର ୨୦,୮୫୦ ଜଣ ଚାଷୀ ଉପକୃତ ହେବୋ ଏଥିରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଅନୁସୂଚିତ ଜନଜାତି ଏବଂ ମହିଳା ଚାଷୀ ବହୁଳ ଭାବରେ ଉପକୃତ ହେବୋ ଏହା ଦ୍ୱାରା ଗରିବ ଚାଷୀମାନଙ୍କର ଗୋସଂପଦକୁ ନିରାପଦ ଆଶ୍ରୟସ୍ଥଳୀ ଓ ସୁରକ୍ଷା ମିଳିବା ଏଥି ସହିତ ଗୋସଂପଦକୁ ବିଭିନ୍ନ ରୋଗ ଦାଉରୁ ସୁରକ୍ଷା ଯୋଗାଇଦେବା ସହିତ ଅଧିକ ଦୁଗ୍ଧ ଉତ୍ପାଦନ ହୋଇପାରିବା ଗତ ରାଜ୍ୟସ୍ତରୀୟ ପ୍ରୋଜେକଫ ସ୍କ୍ରିନିଙ୍ଗ୍ କମିଟିରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଗୃହୀତ ହୋଇ ଭାରତ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି |  ଏହି ଯୋଜନାରେ ପ୍ରାୟ ୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ଏହା ୨୦୧୯-୨୦ ବର୍ଷରେ କାର୍ଯ୍ୟକାରୀ କରାଯିବ |

Leave A Reply

Your email address will not be published.