ବିଜେପିର ବିଜୟ ସଂକଳ୍ପ ଯାତ୍ରା

0

ବାଲେଶ୍ୱର(ଉଜ୍ଜ୍ୱଳ କର ): ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶବ୍ୟାପୀ ବିଜୟ ସଂକଳ୍ପ ବାଇକ୍ ର୍ୟାଲିର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ହଜାର ହଜାର ବିଜେପି କର୍ମୀଙ୍କୁ ନେଇ ବାଇକ୍ ଶୋଭାଯାତ୍ରା ସ୍ଥାନୀୟ ଆଇଟିଆଇ ପଡ଼ିଆରୁ ବାହାରି ସହର ପରିକ୍ରମା ସହ ଜିଲ୍ଲା କାର୍ଯ୍ୟାଳୟରେ ପହଞ୍ଚିଥିଲା । ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, କ୍ଷେତ୍ରୀୟ ମିଡିଆ ସଂଯୋଜକ ସତ୍ୟଜିତ୍ ମହାନ୍ତି, ମିଡିଆ ପ୍ରଭାରୀ ଗୌରାଙ୍ଗ ଦାସ, ଅରୂପ ଜେନା ପ୍ରମୁଖ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ  ବୈଦେଶିକ ନୀତି ଯୋଗୁଁ ଅଭିନନ୍ଦନ ଭାରତ ଫେରିବା ଦେଶ ପାଇଁ ଗୌରବର ବିଷୟ ବୋଲି ବିଜେପି କହିଥିଲେ । ଜାତୀୟତାବୋଧ ପ୍ରତୀକ ଭାବେ ଏହି ବିଜୟକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ କରିବା ଉଚିତ ବୋଲି ସେମାନେ କହିଥିଲେ । ଦେଶର ସର୍ବାଙ୍ଗୀନ ବିକାଶ ସାଙ୍ଗକୁ ପାକିସ୍ତାନ ଦ୍ୱାରା ଅଟକ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଭାରତର  ବିଜୟ ବୋଲି ସେମାନ କହିଥିଲେ । ପାକିସ୍ତାନ ଭଳି ଆତଙ୍କବାଦ ପ୍ରୋତ୍ସାହନକାରୀ ଦେଶ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ସହ ଦେଶ ସୁରକ୍ଷା ପାଇଁ ମୋଦି ସରକାର ଏକମାତ୍ର ବିକଳ୍ପ ହୋଇଛି । ଏଣୁ ପୁଣିଥରେ ନରେନ୍ଦ୍ର ମୋଦି ସରକାରଙ୍କୁ କ୍ଷମତାସୀନ କରିବା ପାଇଁ ଦୃଢ଼ ସଂକଳ୍ପବଦ୍ଧା ହେବା ଏହି ଯାତ୍ରାର ମୂଳ ଉଦେ୍ଧଶ୍ୟ ବୋଲି ବିଜେପି ନେତାମାନେ କହିଥିଲେ । 

Leave A Reply

Your email address will not be published.