ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ସଂକଳ୍ପ ଯାତ୍ରା

0

ପଦ୍ମପୁର/ଶାସକପ୍ରଶାସକ-ସାରା ଭାରତ ବର୍ଷରେ ବିଜେପି ଦଳ ଦ୍ୱାରା ଯୋଉଁ  ବିଜୟ ସଂକଳ୍ପ ଯାତ୍ରା ଆୟୋଜନ ହୋଇଥିଲା  । ସେହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ବିଜୟ ସଂକଳ୍ପ ଯାତ୍ରା ଏକ ବାଇକ ରାଲି ପଣ୍ଡରିପାଣି ସାତବହନୀ ପୀଠରୁ ଆରମ୍ଭ ହୋଇ ପଶ୍ଚିମ ଓଡିଶାର ପବିତ୍ର ନୃସିଂହନାଥ ପୀଠରେ ଶେଷ ହୋଇଥିଲା । ଏହି ରାଲିରେ ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ,ବରଗଡ ଜିଲ୍ଲା  ବିଜେପି ଯୁବମୋର୍ଚା ସଭାପତି ପ୍ରିତେଶ ବହିଦାର,ସୁନିଲ ଅଗ୍ରୱାଲ,ଅଶୋକ ମିଶ୍ର,ପ୍ରମୋଦ ମେହେର,ନାରାୟଣ ପୁରୋହିତ,ରସପାଳ ସିଂ,ଗୁଣମଣି ପଟେଲଙ୍କ ସମେତ ହଜାର ହଜାର ଭାରତୀୟ ଜନତା ଦଳର କର୍ମୀ ଯୋଗଦେଇଥିଲେ ଏବଂ ନିଜେ ବିଧାୟକ ମଧ୍ୟ ବାଇକରେ କର୍ମୀ ମାନଙ୍କ ସହ ଦୀର୍ଘ ୪୫ କିମି ଯାତ୍ରା କରିଥିଲେ । ଏଠାରେ କର୍ମୀ ମାନେ ଏକତ୍ରିତ ହୋଇ ଏକ ସ୍ୱରରେ କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର ସରକାର ଗଢିବା ପାଇଁ ପ୍ରତିଜ୍ଞା କରିଥିଲା ।

Leave A Reply

Your email address will not be published.