ବାଲିଆପାଳରେ ଅନ୍ୟଦଳରୁ ବହୁ କର୍ମୀଙ୍କ ବିଜେଡିର ଯୋଗଦାନ

0

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗାଁର ଅନ୍ୟ ଦଳରୁ ବହୁ ପୁରୁଖା ଓ ଯୁବ କର୍ମୀ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ବାଲେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ଗୋପାଳ ମଙ୍ଗରାଜ, ଜୟାନନ୍ଦ ପଟ୍ଟନାୟକ, ମୂରଲୀ ଦଳାଇ, ତି୍ରଲୋଚନା ପଟ୍ଟାୟତ, ମନ୍ମଥ ଦଳାଇ, ନିରଞ୍ଜନ ଦଳାଇ, ଭଗୀରଥ ଦଳାଇ, ଦିଲୀପ ଦାସ, ସରୋଜ ପାଣିଗ୍ରାହୀ, ସୁଶାନ୍ତ ବାରିକ, ମନୋଜ ପଟ୍ଟାୟତ ଓ ସରୋଜ ପଟ୍ଟାୟତ ପ୍ରମୁଖ ଅନ୍ୟ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁବାସିନୀ ଜେନା, ବିଷ୍ଣୁପୁର ପଞ୍ଚାୟତର ବିଜେଡ଼ି ନେତା ଭୂବନ ମୋହନ ଜେନା, ବସ୍ତା ବ୍ଲକ ଚେୟାରମେନ ଲକ୍ଷ୍ମୀଧର ଦାସ, ବସ୍ତା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଅଞ୍ଜନ ଦଣ୍ଡପାଟ, ବାଲିଆପାଳ ବ୍ଲକ ବିଜେଡ଼ି ସଭାପତି ମନ୍ମଥ ଗିରି, ଜିଲା ଯୁବ ବିଜେଡ଼ି ଉପ-ସଭାପତି ବେଣୁଧର ଜେନା, ଯୁବ ନେତା ସରୋଜ ଦାସ ଓ ଗଣେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଏହି ମିଶ୍ରଣ ନିଶ୍ଚିତ ବିଜେଡ଼ିକୁ ଆହୁରି ସଶକ୍ତ କରିବ ବୋଲି ସମାଜସେବୀ ଶ୍ରୀମତୀ ଜେନା କହିଥିଲେ ।

Leave A Reply

Your email address will not be published.