ଜିଲ୍ଲା ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରା

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଗଜପତି ଜିଲ୍ଲା ବିଜେପି ପକ୍ଷରୁ ନୂତନ ଭାରତ ବର୍ଷରେ ଗଢିତୋଳିବାରେ ସ୍ୱପ୍ନର ସାକାର ପାଇଁ ବିଜୟ ସଂକଳ୍ପ ଶୋଭାଯାତ୍ରା ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି , ଗୋଷାଣି ଓ ରାୟଗଡ ପ୍ରଭୃତି ବ୍ଲକରେ ଓ ସହରାଞ୍ଚଳର ବିଜେପି ନେତା କର୍ମୀ ଶତାଧିକ ସଂଖ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଏକତ୍ରିତ ହୋଇ ବିଜୟ ସଂକଳ୍ପର ଶୋଭାଯାତ୍ରାରେ ମଟରସାଇକେଲ ଯୋଗେ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।

http://www.youtube.com/watch?v=Cinsr-EuyUQ 

ଶୋଭାଯାତ୍ରା ବେଳେ ବିଜେପି କର୍ମୀ ମାନେ କେନ୍ଦ୍ରର ବିଭିନ୍ନ କଲ୍ୟାଣକାରୀ ଓ ଲୋକପ୍ରିୟ ଯୋଜନା ଗୁଡିକ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଜିନ୍ଦାବାଦ ଏବଂ ହରହର ମୋଦୀ-ଘରଘର ମୋଦୀ ନାରା ଦେଇ ପରିକ୍ରମା କରିଥିଲେ । ଏହି ଅବସରରେ ୨୦୦ରୁ ଅଧିକ କର୍ମୀଙ୍କ ଗ୍ରଣହରେ ପାରଳା ପେଲେସ ସାମନାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା ।

ଏହି ପଥପ୍ରାନ୍ତ ସଭାରେ ଲୋକସଭା ପ୍ରଭାରୀ  ପବିତ୍ର ମୋହନ ଦାସ, ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କେଟରାବଣା, ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର, ପୁର୍ବତ ଜିଲ୍ଲା ସଭାପତି ସିଦ୍ଧେଶ୍ୱର ମିଶ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ବାରିକ ଜେନା, ସୁନିଲ ମହାପାତ୍ର, ଅରୁନିମା ସାହୁ ପ୍ରମୁଖ ଯୋଗ ଦେଇ ଉଦ୍‍ବୋଧନ ଦେଇଥିଲେ ।

ଦୀର୍ଘ ୬୭ବର୍ଷ କାଳ ଭାରତ ଦେଶ ସମେତ ରାଜ୍ୟର ବିକାଶକାର୍ଯ୍ୟ ସବୁ କ୍ଷେତ୍ରରେ ଅବହେଳିତ ଥିଲା । ଲୋକଙ୍କ ସର୍ବନିମ୍ନ ମୌଳିକ ବିକାଶ ଅତ୍ୟନ୍ତ ଦୟନୀୟ  । ଏମିତିକି ସେମାନଙ୍କ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ଆଣିବା ସହ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ରର ତତ୍‍କାଳୀନ ଏଣ୍ଡିଏ ସରକାର ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବର୍ଷକୁ ନୂତନ ଭାବେ ଗଢିତୋଳିବାର ଯେଉଁ ସ୍ୱପ୍ନ ଦେଖିଥିଲେ ଏବଂ ପରବର୍ତ୍ତୀ ଶାସନ ସମୟରେ ତାହା ଯେଉଁ ସାକାର ହୋଇଛି , ତାହାର ବିଜୟ ସଂକଳ୍ପ ଶୋଭାଯାତ୍ରା ବାହାରିଛି । କେନ୍ଦ୍ର ବିଭିନ୍ନ ଲୋକାଭିମୁଖୀ ଓ ଜନପ୍ରିୟ ଯୋଜନା ଗୁଡିକ ଉପରେ ବଖାଣି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନରେ ନିଜ ନାମରେ ଯୋଜନା କରି କେବଳ ଆମେ କରୁଛୁ ବୋଲି କହି ବାହାବା ନେଉଛି । ୧୯ବର୍ଷ ଶାସନ କାଳରେ ରାଜ୍ୟରେ ଦୁର୍ନିତି ଛଡା ବିକାଶ କିଛି ହୋଇନାହିଁ । ଯାହାର ହିସାବ ଆଗାମୀ ନିର୍ବାଚନରେ ସାଧାରଣ ଜନତା ତାର ଉଚିତ ଜବାବ ଦେବେ ବୋଲି କହିଥିଲେ ।

Leave A Reply

Your email address will not be published.