ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଶାସନ: ପାଠପଢ଼ା ବାଟବଣା, ଦିଗହରା ମଧ୍ୟାହ୍ନ ଭୋଜନ 

0

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝାରବନ୍ଧ। ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହେମନ୍ତ ମାଝି  ମନମୁଖୀ ଶାସନ ଚଳାଇଥିବା ଅଭିଯୋଗ ହେଉଛି । ସ୍ଲୁଲ ଉପସ୍ଥାନ ନିୟମ ଅନୁସାରେ ସମୟ ଏଗାରଟାରେ କରିବା କଥା | ହେଲେ ତାହା ଦିନ ଦୁଇଟାରେ କରୁଛନ୍ତି ଏବଂ ଉପସ୍ଥାନ ଖାତାରେ ଉପସ୍ଥାନ  ପକାଉଛନ୍ତି | ହେଲେ ଅନୁପସ୍ଥିତ ବିଷୟ ଉଲ୍ଲେଖ କରୁନାହାନ୍ତି । ଆମ ପ୍ରତିନିଧି ପଚାରିବାରୁ ସେ କହିଛନ୍ତି କି ଏହି ସ୍ଲୁଲଟି ଗାଁ ଭିତରେ ଥିବାରୁ ଛାତ୍ରଛାତ୍ରୀ ସମୟରେ ଆସୁ ନାହାଁନ୍ତି | କିଏ ଏଗାରଟା ପରେ ଆସୁଛି ତ, କିଏ ବାର ଟା ପରେ | ସେଥିପାଇଁ ମୁ ଉପସ୍ଥାନ ପକାଉଛି ଓ ଅନୁପସ୍ଥିତ  ଜାଗାରେ ବିନ୍ଦୁ ପକାଉଛି ଏବଂ ପିଲା ଆସିଲା ପରେ ଖାତାରେ ମେନଟେନ କରୁଛି | ଏଠାରେ ଛାତ୍ର ଛାତ୍ରୀ ମଧ୍ୟ୍ୟାହ୍ନ ଭୋଜନ ଖାଇବା ପାଇଁ ଆସୁଛନ୍ତି ଓ ଖାଇ ସାରିବା ପରେ ପଲାଉଛନ୍ତି। କେବଲ ଏତିକି ନୁହେଁ(M.D.M.) ଦାୟିତ୍ୱରେ  ଥିବା ଶିକ୍ଷକ ମହାଦେବ ବାଗ ଗତ ୨୩-୨-୨୦୧୯ରୁ ତା- ୨୭-୨-୨୦୧୯ ପଯ୍ୟନ୍ତ ମଧ୍ଯ୍ୟାହ୍ନ ଭୋଜନ ରେଜିଷ୍ଟ୍ରରେ କିଛି ମଧ୍ୟ ଲେଖି ନାହାଁନ୍ତି। କେବଳ ଏତିକି ନୁହେଁ ବହୁତ ଗୁଡିକ ସମସ୍ୟା ରହିଛି ଯାହାକି ପିଲାମାନେ ମୁର୍ଖ ହେବା ସହ ତାଙ୍କ ଭବିଷ୍ଯତ ଅନ୍ଧକାର ରେ ପଢିଛି ଆମେ ଏହି ବିସୟରେ C. R. C.  ପଦ୍ମଲୋଚନ ନାଏକ ଏବଂ B. E. O. ଜଗଦାନନ୍ଦ ଖମାରିଙ୍କୁ ଜଣାଇବାରୁ ଆମେ ଆପଣଙ୍କ ଠାରୁ  ଶୁଣିବାକୁ ପାଇଲୁ ଓ ସେଥିପାଇଁ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ବହୁତ କମ୍ ସମୟ ରେ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |  ଦେଇଛନ୍ତି। 

Leave A Reply

Your email address will not be published.