ନୟାଗଡ ଅବକାରୀ ବିଭାଗର ଚଢାଉ,  ୩ ଗିରଫ

0

୧ଶହ ଲିଟର ଦେଶୀମଦ ଜବତ, ୧୨ଶହ ଲିଟର ପୋଚ କରାଗଲା ନଷ୍ଟ

ଓଡଗାଁ(ଶ୍ରୀକାନ୍ତ ମିଶ୍ର):  ନୂଆଗାଁ ବ୍ଲକ ଏବଂ ଓଡଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଂଚଳର ବିଭିନ୍ନ ସ୍ଥାନରେ ନୟାଗଡ ଅବକାରୀ ବିଭାଗ ଚଢାଉ କରି ୧ଶହ ଲିଟର ଦେଶୀମଦ ସହିତ ୧୮ଟି ରସ ହାଣ୍ଡି, ୪ଟି ପ୍ଲାଟିକ୍ ଜାର୍କିନ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଛନ୍ତି । ଏବଂ ମଦ ପ୍ରସ୍ତୁତି ପାଇଁ ରହିଥିବା ୧୨ଶହ ଲିଟର ପୋଚକୁ ନଷ୍ଟ କରିଥିବା ଜଣାଯାଇଛି । ଗିରଫମାନେ ହେଲେ କଣବାଙ୍କର ଦୀନବନ୍ଧୁ ପ୍ରଧାନ, ନେଣ୍ଡି ସାହିର ଦଇତାରୀ ପ୍ରଧାନ ଏବଂ କାଣୀଗିରିର ଦାମୋଦର ସାହୁ । ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଇନିସ୍ପେକ୍ଟର  ଏମ୍ ବେହେରା, ନୟାଗଡ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ବି କେ ପରିଡା, କନେଷ୍ଟବଲ ବିକାଶକୁମାର ଜେନା ଏବଂ ଅନ୍ୟମାନେ ଆଜି ସକାଳେ ମିଳିତ ଭାବେ ପୋବଲା, କଣବାଙ୍କ, ମୁରିୟାମ୍ବା, ଗୁମୀ, ମହିପୁରୁ ଇତ୍ୟାଦି ସ୍ଥାନ ମାନଙ୍କରେ ଚଢାଉ କରି ବେଆଇନ ଭାବେ ଚାଲିଥିବା ଦେଶୀମଦ ଭାଟି ଭାଙ୍ଗି ସେଥିରେ ବ୍ୟବହୃତ ଉପକରଣ ସାମଗ୍ରୀ ଗୁଡିକୁ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.