ଶ୍ରୀ ଶ୍ରୀ ଅଭୟେଶ୍ଵର ମହାଦେବଙ୍କର ଏକ ବିଂଶତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ

0

ବ୍ୟାସନଗରରୁ ବିଶ୍ୱଜିତ ମାଝୀ : ବ୍ୟାସନଗର ସ୍ଥିତ ନାହାକା ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଅଭୟେଶ୍ଵର ମହାଦେବଙ୍କର ଏକ ବିଂଶତମ ବାର୍ଷିକ ସ୍ଵନକ୍ଷତ୍ର ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଅଛି। ଏହି ସ୍ଵନକ୍ଷତ୍ର ଉପଲକ୍ଷେ ଆସନ୍ତା ୨୨.୨.୨୦୧୯ ଠାରୁ ୦୨.୦୩.୨୦୧୯ ପର୍ଯ୍ୟନ୍ତ ଶ୍ରୀ ରାମ ଚରିତ ମାନସ ନବୀନ ପାରାୟଣ ଓ ପ୍ରବଚନ ମହା ଯଜ୍ଞ ଏବଂ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ଶ୍ରୀ ଶ୍ରୀ ଅଭୟଶ୍ୱର ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ନାହାକା,ଭାଟିଆ, ଦଣ୍ଡିକିରି ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେଉଅଛି। ସନ୍ଧ୍ୟା ହେଲେ ପ୍ରବଚକ ମାନଙ୍କର ପ୍ରବଚନ ଶୁଣିବା ପାଇଁ ଆଖ ପାଖ ଅଞ୍ଚଳରୁ ବୋହୁ ସ୍ରୋତାଙ୍କର ଭିଡଜମୁଛି | ହରିବୋଲ ହୁଲହୁଳିରେ ଏକ ଆଧ୍ୟାତ୍ମିକ ବାତାବରଣ  ସୃଷ୍ଟି ହେଉଛି ।ସ୍ରୋତାମନେ ରାମ ଚରିତ ମାନସ କାର୍ଯ୍ୟକ୍ରମ ସହିତ ବୋହୁ ନୀତିଶିକ୍ଷା ଲାଭ କରୁଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.