ଓଡ଼ଗାଁ, ୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ମାଣିକପାଟଣା ରାସ୍ତାରୁ ଏକ ମୁଖବାସ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ପୋଲିସ ଜବତ କରିଛି। ଏହି ଘଟଣାରେ ଗାଡ଼ି ଚାଳକ ଅବିନାଶ ମହାଙ୍କୁଡ (୩୫)ଙ୍କୁ ମଧ୍ୟ ଥାନାକୁ ଆଣିଥିଲେ। ସୂଚନା ଅନୁଯାୟୀ, ଜବତ ଗାଡ଼ିଟିର ନମ୍ବର ଓଡ଼ି ୦୭ ଏଡବ୍ଲ୍ୟୁ ୩୬୫୩ ଜଣାପଡିଛି। ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ଗାଡ଼ିଟିକୁ ଜବତ କରାଯାଇ ଓଡ଼ଗାଁ ଥାନାକୁ ଅଣାଯାଇଛି। ଚାଳକ ଅବିନାଶ ମହାଙ୍କୁଡଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ କୃପାସିନ୍ଧୁପୁରୁ ଗ୍ରାମରେ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ପ୍ରାଥମିକ ତଦନ୍ତ ପରେ ଓଡ଼ଗାଁ ଥାନାରେ ଏକ ମାମଲା ରୁଜୁ କରିବା ସହ ଚାଳକକୁ ଗିରଫ କରାଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.