ସନ୍ଦେହ ଘେରରେ ଯୁବକଙ୍କ ମୃତୁ ଘଟଣା: ତ୍ୱରିତ ଘଟଣାର ଖୁଲାସା ପାଇଁ ଦାବୀ କଲେ ଗ୍ରାମବାସୀ

14

ମେଲଛାମୁଣ୍ଡା(ମନୋଜ ଭୋଇ)

ମେଲଛାମୁଣ୍ଡା ପୁଲିସ ସନିବାର ଭୋରରୁ ଖବର ପାଇ ବାଟର୍ତେମା ସ୍କୁଲ ସମ୍ମୁଖ ରାଜ ରାସ୍ତା ଉପରୁ ଏକ ଖପୁରି ବିହୀନ ଶବ ସହ ଏକ ବାଇକ ଜବତ କରିଥିଲା । ବାଇକଟିକୁ ଶବଠାରୁ ୧୦୦ ମିଟର ଦୁରରେ ଠାବ କରିଥିଲା । ଖୋଜ ଖବର କରିବାରୁ ଶବଟି ଏହି ଥାନା ଅର୍ନ୍ତଗତ ର୍କେମେଲି ଗ୍ରାମର ବାବୁଲାଲ ସାହୁଙ୍କ ଏକ ମାତ୍ର ପୁଅ ଶିବାଜୀ ସାହୁ ବୋଲି ଜାଣି ପାରିବା ସହ ପୋଷ୍ଟମର୍ଟମ  ପାଇଁ ପଦ୍ମପୁର ପଠାଇ ଘଟଣାର ତଦନ୍ତ କରିଥିଲା । ପରିବାର ବର୍ଗ ଖବର ପାଇ ମୃତ ଯୁବକଙ୍କର ବାପା ମେଲଛାମୁଣ୍ଡା ଥାନାକୁ ଆସି ତାଙ୍କ ପୁଅକୁ କେର୍ମେଲି ଗ୍ରାମର ବିଶ୍ୱ ଖରସାଲ ଏବଂ ଟିକୁ ନାଏକ ହତ୍ୟା କରି ପକାଇଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ନୂତନ ଭାବେ ଥାନାଧିକାରୀ ଭାବେ ଯୋଗ ଦେଇଥିବା ଏସଆଇ ସପ୍ନାରାଣୀ ଗୋଛାୟତ ଥାନା କେସ ନଂ ୨୦/୧୯ ଦଫା ୩୦୨, ୩୪ ଆପିସିରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ଘଟଣାରେ ଆହତ ହୋଇଥିବା ଅନ୍ୟ ଯୁବକ ବିଶ୍ୱ ଖୁରସାଲକୁ ଅଟକ ରଖି ପଚରା ଉଚରା କରୁଛନ୍ତି । ଶବଟି ଗ୍ରାମରେ ପହଂଚିବା ପରେ ଉତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀ ରୁଣ୍ଡ ହୋଇ ସନିବାର ସଂଧ୍ୟାରେ ମେଲଛାମୁଣ୍ଡା ଥାନାକୁ ଆସି ଘଟଣାର ତ୍ୱରିତ ଖୁଲାସା କରିବା ସହ ଦୋଷୀ ମାନଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅଡି ବସିଥିଲେ । ଥାନାଧିକାରୀ ଗୋଛାୟତ ପୁଲିସ ଉପରେ ବିଶ୍ୱାସ ରଖିବା ସହ ତଦନ୍ତରେ ସହଯୋଗ କରିବା ପାଇଁ ପରାମର୍ଶ ଦେବା ପରେ ଥାନା ସମ୍ମୁଖରେ ଅଡି ବସିଥିବା ଲୋକେ ଉଠିଥିଲେ । ପ୍ରକାଶ ଯୋଗ୍ୟ ଯେ କେର୍ମେଲି ଗ୍ରାମର ଟିକୁ ନାଏକର ବେଲଡ଼ିଙ୍ଗ ଦୋକାନରେ  ବିଶ୍ୱ ଖରସେଲ ଏବଂ ଶିବାଜୀ ସାହୁ କାମ କରନ୍ତି । ଶୁକ୍ରବାର ସଂଧ୍ୟାରେ ଉଭୟ ବିଶ୍ୱ ଏବଂ ଶିବାଜୀ ମିଶି ଏକ ବାଇକରେ ଟିକୁକୁ ବରଗଡ ନେଇକି ଛାଡିବା ପରେ ଫେରିବା ପରେ ଏହି ଘଟଣାଟି ଘଟିଥିଲା । ଘଟଣାଟି ହତ୍ୟା କି ଦୁର୍ଘଟଣା ତାହା ରହସ୍ୟ ମୟ ହୋଇ ରହିଥିବା ବେଳେ ଅଂଚଳରେ ଘଟଣାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.