୪୪ଜଣ ସହର ବାସିନ୍ଦାଙ୍କୁ ଭୁମି ଅଧିକାର ପ୍ରମାଣପତ୍ର ପ୍ରଦାନ 

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଜାରିଙ୍ଗି ୱାର୍ଡ ନଂ ୧୫ରେ ବସବାସ କରୁଥିବା ୪୪ଟି ଭୂମିହୀନ ସହର ବସ୍ତିବାସିନ୍ଦାଙ୍କୁ ଜାଗା ମିସନ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ଓଡଗାଁ ବିଜ୍ଞାପିତ ଅଂଚଳ ପରିଷଦ ଦ୍ୱାରା ଭୂମି ଅଧିକାର ପ୍ରମାଣ ପତ୍ର ବଂଟନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ତହସିଲଦାର ପ୍ରମୋଦ କୁମାର ନାୟକ,ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ ପ୍ରମୁଖ ଯୋଗଦେଇ ହିତାଧିକାରୀ ମାନଙ୍କୁ ପ୍ରମାଣ ପତ୍ର ବଂଟନ କରିଥିଲେ ।

Leave A Reply

Your email address will not be published.