“ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାରୀଙ୍କୁ ଧରିବାରେ ସରକାର ବିଫଳ”

0

ରାୟଗଡ଼ାରୁ ସରୋଜ କୁମାର ସାହୁ

, ପୂର୍ବତନ ୱାର୍ଡ ମେମ୍ବର ତଥା ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ଅଷ୍ଟତମ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା ଆଦିବାସୀ ମହାସଂଘ ସ୍ଥାନୀୟ ତେଜସ୍ୱି ହୋଟେଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ଆପାଲା ସ୍ୱାମୀ କାଡ୍ରାକା କହିଥିଲେ ଯେ, ତା ୧୫/୧୨/୨୦୧୦ ରିଖ ଦିନ ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କୁ ଅପହରଣ କରି ଅତି ନିର୍ମମ ଭାବେ ହତ୍ୟା କରଯାଇଥିଲା ଯାହା ଆଜକୁ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର, ପୋଲିସ ବିଭାଗ ଓ କ୍ରାଇମ ବ୍ରାଞ୍ଚ ପ୍ରକୃତ ହତ୍ୟାକାରୀକୁ ଜାଣିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ଗିରଫ କରା ଯାଉନାହିଁ ବୋଲି ପ୍ରଶ୍ନ କରିଥିଲେ ଏବଂ ଯେଉଁ ମାନେ ହତ୍ୟା କରିଛନ୍ତି ଆଜି ସେମାନେ ଉଚ୍ଚ ପଦବୀରେ ରହିଥିବା ସେ ଅଭିଯୋଗ କରିଛନ୍ତି । ସେ କହିଥିଲେ ଯେ, ଯେଉଁ ମାନେ ଷଡଯନ୍ତ୍ର କରି ହତ୍ୟା କରିଥିଲେ ଆଜି ସେମାନେ ଜିଲ୍ଲା ପ୍ରଶାସନର ହାତ ମୁଠାରେ ଅଛନ୍ତି ତାହେଲେ ଆମେ ନ୍ୟାୟ ପାଇବୁ କିପରି ତେଣୁ ରାଜ୍ୟ ସରକାର ଉକ୍ତ ମାମଲାକୁ ସିଵିଆଇ କୁ ହସ୍ତାନ୍ତର କରି ପ୍ରକୃତ ହତ୍ୟାକାରୀକୁ ଗିରଫ କରିବାକୁ ନିବେଦନ କରିଥିଲେ ନ ହେଲେ ଆଗାମୀ ଦିନରେ ଆଦିବାସୀ ମହାସଂଘ ନ୍ୟାୟ ପାଇବା ପାଇଁ ଲେଢେଈ ଜାରି ରଖିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଜଗନ୍ନାଥ ମାଣ୍ଡାଙ୍ଗି ସଧାରଣ  ସମ୍ପାଦକ ଜିଲ୍ଲା ଆଦିବାସୀ ମହାସଂଘ, ବସନ୍ତ ଉଲ୍ଲାକା ଆବାହକ ଜିଲ୍ଲା ଆଦିବାସୀ ମହାସଂଘ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.