ହାତୀ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଜେ.ଏମ୍.ଏମ୍. ପୁଣି ହରତାଳର ଚେତାବନୀ

0 1

ଶାସକ ପ୍ରଶାସକ (ବାରିପଦା) -ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ବିଗତ ୧୦ ବର୍ଷ ଧରି ଓଡିଶା ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟତଃ ମରୋଡା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକ୍ ମଧ୍ୟ ଦେଇ ବର୍ଷତମାମ୍ ଶତାଧିକ ହାତୀ ପ୍ରବେଶ କରି ଏହି ସମସ୍ତ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ, ଚାଷବାସ ନଷ୍ଟ କରି ଆସୁଛନ୍ତି । ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ କଳିଙ୍ଗକେଶରୀ ଜେନା ଉଲ୍ଲେଖ କରି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ବହୁବାର ଦାବୀ କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ସମାଧାନ କରିବା ପରବର୍ତେ କେବଳ ସହାୟତା ରାଶି ଘୋଷଣା କରି ନିଜର କର୍ତବ୍ୟ ସଂପାଦନ କରି ଚାଲିଥିବାର ଅଭିଯୋଗ କରିଛନ୍ତି । ଏଣୁ ଆଗାମୀ ୧୫ଦିନ ମଧ୍ୟରେ ହତୀ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ସୀମାନ୍ତବର୍ତୀ ଅଂଚଳରେ ଟ୍ରେଂଚ୍ ଖୋଲିବା ନେଇ ସରକାରୀ ସ୍ତରରେ ବିଧିବଦ୍ଧ କାର୍ଯ୍ୟକ୍ରମ ଗ୍ରହଣ କରାନଗଲେ ଝାଡଖଣ୍ଡମୁକ୍ତି ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଜେ.ଏମ୍.ଏମ୍. ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.