5କଳିଙ୍ଗନଗର ପୁସ୍ତକ ମେଳା ଅନୁଷ୍ଠିତ 

0

 ବ୍ୟାସନଗର ରୁ ବିଶ୍ୱଜିତ ମାଝୀ . ଯାଜପୁର ରୋଡ ବ୍ୟାସନଗର ସ୍ଥିତ ରାଜୀବଗାନ୍ଧି ଷ୍ଟାଡିୟମଠାରେ ୫ମ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଯୁବ ମହୋତ୍ସବ ଓ କଳିଙ୍ଗ ନଗର ପୁସ୍ତକ ମେଳା କୁ ଉଦଘାଟନ କରିଥିଲେ ଏସପି ଚରଣସିଂହ ମୀନା କଳିଙ୍ଗନଗର ପୁସ୍ତକମେଳା କମିଟି ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସଵରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଲେଖକ ସମିଳନୀ ସଭାପତି ଡ଼ା ରୁଦ୍ର ନାରାୟଣ ପୃଷ୍ଟି କହିଥିଲେ ସଂପର୍କ ମିଳନର ଭିର୍ତ୍ତିଭୂମି ହେଉଛି ପୁସ୍ତକମେଳା । ପୁସ୍ତକ ହେଉଛି ମଣିଷର ବନ୍ଧୁ | ବନ୍ଧୁଙ୍କୁ ଯଦି ଠିକ ଭାବରେ ଦେଖା ନଯାଏ ବନ୍ଧୁରୁ ବନ୍ଧୁକ ହୋଇଯାଏ । ସେହିପରି ପୁସ୍ତକକୁ ଯଦି ଆମେ ମିତ୍ର କରି ନପାରିବା ସେ ଆମକୁ ଦୁରେଇ ଦେଇ ଶତ୍ରୁ ପାଲଟିଯିବ ବୋଲି କହିଥିଲେ। ବିଶିଷ୍ଟ ଅତିଥିଭାବେ ସ୍ତମ୍ଭକାର ତଥା ଶ୍ରମିକ ନେତା ମାୟାଧର ନାୟକ ଯୋଗଦେଇ ପୁସ୍ତକ ଜଣେ ବ୍ୟକ୍ତି ର ଜୀବନଦର୍ଶନରେ ପରିବର୍ତନ ଆଣେ । ତାର ଜୀବନପଥ କୁ ବଦଳାଇବାରେ ସହଯୋଗ କରେ ବୋଲି କହିଥିଲେ । ଅଭ୍ୟର୍ଥନା   କମିଟି ଉପାଧ୍ୟକ୍ଷ  ବିବେକାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଆସିମି ଆଶିସା   ମହାନ୍ତି ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। 

ବ୍ୟାସନଗର ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ , ଏସପି ଚରଣସିଂହ ମୀନା ,ଏଡିଏମ ସନ୍ତୋଷ କୁମାର ମିଶ୍ର, ରୁଦ୍ର ନାରାୟଣ ପୃଷ୍ଟି, ମାୟାଧର ନାୟକ ଙ୍କୁ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।ବରିଷ୍ଠ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ଚିନ୍ତାମଣି ପାଢ଼ୀ, ଅଭିମନ୍ୟୁ ମିଶ୍ର,ପ୍ରକାଶ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ରେ ଡ଼ ଅକ୍ଷୟ ପଣ୍ଡା, ସଂଯୋଜକ ଅଧ୍ୟାପକ କୁସଚନ୍ଦ୍ର ପ୍ରଧାନ, ପବିତ୍ର ରଞ୍ଜନ ମହାନ୍ତି, ଯୁଗପ୍ରଭା ସାବତ, ପ୍ରଣତି ହୋତା, ପରମାନନ୍ଦ ସେଠୀ, ଚନ୍ଦ୍ରମଣି ସାମଲ,ଉପେନ୍ଦ୍ର ମହାନ୍ତି, ବୀରକିଶୋର ସାହୁ, ଲୋକନାଥ ରାଉତ, ବ୍ୟାସନଗର ପବ୍ଲିକ ସ୍କୁଲ ଅଧ୍ୟକ୍ଷା ଦେବସ୍ମିତା ସାହୁ, ସମ୍ବାଦ ସାହିତ୍ୟ ଘର ସଭ୍ୟା ଉସାମଂଜରୀ ସାହୁ, ଅଶୋକ ଖୀଲାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ଶେଷରେ ଯୁଗ୍ମ ସଂପାଦକ ଜ୍ଞାନରଞ୍ଜନ ରାଉତ ଧନ୍ୟବାଦ ଦେଇଥିଲେ

 

Leave A Reply

Your email address will not be published.