୧୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

0

PARALAKHEMUNDI/BALAKRISHA PANIGRAHI : ରା.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ଚତୁର୍ଦ୍ଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର  ଯୁଗ୍ନ ନିର୍ଦ୍ଦେଶକ ଡ: ପ୍ରସଞ୍ଜିତ ମିଶ୍ରଙ୍କ ସଭାପତିତ୍ୱରେ  କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ନିର୍ଦ୍ଦେଶକ ଡଃ ଏସ.କେ ଶ୍ରୀବାସ୍ତବ, ଆଞ୍ଚଳିକ ଗବେଷଣା କେନ୍ଦ୍ରର ସହାୟକ ନିର୍ଦ୍ଦେଶକ ଦେବେନ୍ଦ୍ର କୁମାର ଦେବତା, ଜିଲ୍ଲା ଉଦ୍ୟାନ କୃଷି ନିର୍ଦ୍ଦେଶକ ଭଗବାନ ସାହୁ, ଜିଲ୍ଲା କୃଷି ଅଧିକାରୀ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଜଳ ବିଭାଜିକା ତଥା ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ ବିଭୁତି ଭୂଷଣ ମିଶ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡଃ କେ.ସି ଆଚାର୍ଯ୍ୟ, ଡେପୁଟୀ ରେଞ୍ଜର ଆର.ଉଦୟଗରି ସୁଜାତା ରାଣୀ ପଣ୍ଡା, ଡିଡିଏମ ନାବାର୍ଡ, ସୁଦ୍ୟୁମ୍ନ ପାଲ, ଡି.ଏମ ଲିଡି ବ୍ୟାଙ୍କ ଦାମୋଦର ଉଗ୍ରସୁଣ୍ଡି, ସୁରକ୍ଷା ସଂସ୍ଥାର ପ୍ରଶାନ୍ତ ମହାପାତ୍ର ଏସ.ଡବ୍ଲୁ.ଏସ ସଂସ୍ଥାର ସୁରେନ୍ଦ୍ର ପଣ୍ଡା, ସିସିଡି ସଂସ୍ଥାର ତପନ କୁମାର ପାଣିଗ୍ରାହୀ ତଥା ପ୍ରମୁଖ ଚାଷୀ ଭାଇ ଓ କୃଷିଜୀବୀ ମହିଳା ପ୍ରଭୃତି ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ପ୍ରଥମେ ବିଗତ ବର୍ଷର ରବି ୨୦୧୭-୧୮ ତଥା ଖରିଫ ୨୦୧୮ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କ୍ଷେତ୍ର ପରୀକ୍ଷଣ, ଆଗଧାଡି କ୍ଷେତ୍ର ପ୍ରଦର୍ଶନୀ, ତାଲିମ ଶିକ୍ଷାଦାନ ତଥା ଗୁଚ୍ଛଭିତ୍ତିକ କ୍ଷେତ୍ର ପ୍ରଦର୍ଶନୀ ଇତ୍ୟାଦି ବିଷୟରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଉପସ୍ଥାପନା କରିଥିଲେ । ଆଗାମୀ ବର୍ଷରେ ଗଜପତି ଜିଲ୍ଲାର କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ତଥା କୃଷକ ଭାଇ ଓ ଭଉଣୀଙ୍କ ନିମନ୍ତେ ଧ୍ୟାନ ଦେଇ ଗବେଷଣା ତଥା କ୍ଷେତ୍ର ପରିକ୍ଷଣ ଏବଂ ତାଲିମ ଶିକ୍ଷା ଦିଆଯାଇପାରିବ ସେହି ବିଷୟରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ତାଙ୍କର ମତାମତ ରଖିଥିଲେ । ଜିଲ୍ଲାରେ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବା ପାଇଁ କୁକୁଡା ଚାଷ, ମାଛ ଚାଷ, ମହୁଚାଷ, ଫୁଲଚାଷ ଅଧିକ ମୂଲ୍ୟ ଯୁକ୍ତ ପରିବା ଚାଷ, ଛତୁ ଚାଷ ସହିତ କୃଷକ ପ୍ରତୁ୍ୟଷର ଗ୍ରୁପ୍‍ ତିଆରି ଇତ୍ୟାଦିର ମହତ୍ତ୍ୱ ଏବଂ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରଶ୍ମିତା ଟପ୍ପୋ , ସଞ୍ଜିବ ମାଣ୍ଡି ଏବଂ ରିଲାନ୍‍ସ ଫାଉଣ୍ଡେସନର ସାନ୍ତୁନ ପାତ୍ର ଉପସ୍ଥିତ ଥିଲେ । ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ତ୍ରୈୟମାସିକ ପତ୍ରିକା ଏବଂ ଧାନରୋଗ ପୋକ ନିୟନ୍ତ୍ରଣ, ଗେଣ୍ଡୁ ଚାଷ,ବୁନ୍ଦା ଜଳସେଚନ, ଛତୁ ଚାଷ ଶୀର୍ଷକ ବିଷୟବସ୍ତୁ ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

 

Leave A Reply

Your email address will not be published.