୩୬ ତମ ବାର୍ଷିକ କ୍ରୀଡା ଉଦଯାପିତ ।

0

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ରାଜବୋଡାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ଦ୍ବି ଦିବସିୟ ୩୬ତମ ବାର୍ଷିକ କ୍ରୀଡା ସମାରୋହ ଆଜି ଉଦଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟ ଖେଳକୁ ସମାଜ ସେବୀ ଶ୍ରୀ ନୀରୋଜ ଦୋରା ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ସମାରୋହ କାର୍ଯ୍ୟକ୍ରମରେ ପଦ୍ମପୁର ଆଇଆଇସି କେ.ପ୍ରିୟଙ୍କା ରାଉତରାଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକା କୁ ଅବତରଣ କରି ଜ୍ୟୋତି ବିସର୍ଜନ କରିଥିଲେ । ଶରୀର ପାଇଁ ଖେଳ ନିହାତି ଜରୁରୀ ଓ ଶିଶୁ  ମାନଙ୍କ ମଧ୍ୟରେ ପ୍ରତିଯୋଗି ବଦଳରେ ଭାଗନେବାପାଇଁ ଉତ୍ସାହିତ କଲେ ଆଗାମୀ ଦିନରେ  ଉନ୍ନତି କରିପାରିବେ ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପ୍ରଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ଶ୍ରୀ ଦ୍ବାଦଶ କୁମାର ପଧାନ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପୁରସ୍କାର ବିତରଣ ଉତ୍ସବ ପରେପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ଶୁଭମ ଦାନୀ,ଗାୟତ୍ରୀ ସାହା,ଶଶାଙ୍କ ଶେଖର ବାରିକ ପ୍ରମୁଖ କୁ ଘୋଷଣା କରାଯାଇଥିଲା ।ଶେଷରେ ସଂପାଦକ ଶ୍ରୀ  ଆଶିଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଅଭିଭାବିକା ମାନଙ୍କ ବାଟିଚାମଚ,ଅଭିଭାବକ ମାନଙ୍କ ଦୌଡ, ଗୁରୁଜୀ ମାନଙ୍କ  ତ୍ରିକୁଦ ଦୌଡ, ଗୁରୁମା ମାନଙ୍କ ମ୍ୟୁଜିକାଲ ଚେୟାର ବିଶେଷ ଆକର୍ଷଣ ଥିଲା । ସମସ୍ତ ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା 

Leave A Reply

Your email address will not be published.