ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉଚ୍ଚ ମାଧ୍ଯମିକ ମହିଳା ବିଦ୍ୟାଳୟର ପୂର୍ବତନ ଅଧ୍ଯକ୍ଷ ଡ. ଶଙ୍କର ପ୍ରସାଦ ବକ୍ସିଙ୍କର ଆଜି ପୂର୍ବାହ୍ନ ଘ୧୧.୪୦ ମିନିଟ୍ ସମୟରେ ଭୂବନେଶ୍ୱରସ୍ଥିତ ମଣିପାଲ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି।
ସେ ଶୁକ୍ରବାର ସନ୍ଧ୍ଯା ୪.୩୦ ମିନିଟ୍ ସମୟରେ ହଠାତ୍ ପଡିଯିବାରୁ ତାଙ୍କୁ ସେହି ହସପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତରମାନେ ଚିକିତ୍ସା କରୁଥିଲେ। ଆଜି ତାଙ୍କର ବିୟୋଗ ଖବର ପାଇଲା ପରେ ସମଗ୍ର ପାରଳାଖେମୁଣ୍ଡିରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇପୁତ୍ର ଚିଣ୍ଟୁ ଓ ରିଣ୍ଟୁ ତଥା ଅନ୍ୟାନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ଜଣେ ସହୃଦୟବାନ୍ ବ୍ୟକ୍ତି ହିସାବରେ ତାଙ୍କର ସୁନାମ ଥିଲା।
ସେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ସ୍ଵୟଂଶାସିତ) ମହାବିଦ୍ୟାଳୟର ଦୀର୍ଘ ଦିନଧରି ପୁରାତନ ଛାତ୍ରସଂସଦର ସମ୍ପାଦକ ମଧ୍ଯ ଥିଲେ।ଏହାଛଡା ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିରର ପୃଷ୍ଠପୋଷକ ଭାବେ ରହିଥିଲେ। ଜଣେ କ୍ରିକେଟିୟର୍ ହିସାବରେ ଆନ୍ତର୍ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ତାଙ୍କର ଅକାଳ ବିୟୋଗରେ ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ଯକ୍ଷ ତଥା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକବୃନ୍ଦ , ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଅଧ୍ଯକ୍ଷ ରାଧାକାନ୍ତ ଭୂୟାଁ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ , ପୂର୍ବତନ ଅଧ୍ୟକ୍ଷା ଡ.ମନସ୍ୱିନୀ ଦାଶ , ପୂର୍ବତନ ଓଡିଶା ସୂଚନା ଅଧିକାର କମିଶନର ପୂର୍ବତନ ମୁଖ୍ଯ ଆୟୁକ୍ତ ସୁନୀଲ କୁମାର ମିଶ୍ର , ବରିଷ୍ଠ ପ୍ରଶାସକ ଡ. ଶଶୀଭୂଷଣ ପାଢ଼ୀ , ଅମର ପାଢୀ , ମହମ୍ମଦ ନାସିର ବେଗ୍ , ଭୂବନମୋହନ ପାତ୍ର , ପ୍ରଦୀପ୍ତ ପଟ୍ଟନାୟକ , ବ୍ରଜେନ୍ଦ୍ର ଦାଶ , ଚକ୍ରଧର ପାଢୀ , ଜୀତୁ ପାତ୍ର , ଅନାଦୀ ପାଣିଗ୍ରାହୀ , ଆଶାଲତା ପାଣିଗ୍ରାହୀ , ବିନୋଦ ଚନ୍ଦ୍ର ଜେନା , ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସରସ୍ୱତୀ ଶିଶୁ ମନ୍ଦିରର ଗୁରୁମା ଓ ଗୁରୁଜୀବୃନ୍ଦ , ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ଶ୍ରୀକୃଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ)ମହାବିଦ୍ୟାଳୟର ପୁରାତନ ଛାତ୍ରସଂସଦର ସମସ୍ତ ସଦସ୍ୟ ଓ ସଦସ୍ଯା ତଥା ଗଜପତି ଜିଲ୍ଲା ସାମ୍ୱାଦିକ ସଂଘର ସମସ୍ତ ସଦସ୍ଯ ସେହି ଅମର ଆତ୍ମାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.