ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ସହରରେ ହେବାକୁ ଥିବା ବିଭିନ୍ନ ରାସ୍ତାଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ କର କମଳରେ ହୋଇ ଯାଇଅଛି । ପୂର୍ବରୁ ବଲାଙ୍ଗିର ପୌରପରିଷଦରେ ପ୍ରସ୍ତାବ ଆଗତ ହୋଇ କେତେ ଗୁଡିଏ ରାସ୍ତାକୁ ପୌରପରିଷଦ ତରଫରୁ ପୁତ୍ତବିଭାଗକୁ ହସ୍ତାନ୍ତର ହୋଇଥିଲା ସେସବୁକୁ ଆଜି ସାଂସଦ କଳିକେଶ ନାରାୟଣ ସିଂହ ଦେଓ ବିଧିବଦ୍ଧ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।ପ୍ରଥମେ ଗାନ୍ଧି ନଗର ପଡା ଜାତୀୟ ରାଜପଥ ଠାରୁ ସାପ୍ତାହିକ ବଜାର, ବରପାଲି ପଡା ଏବଂ ତାଲପାଲି ପଡା ପର୍ଯ୍ୟନ୍ତ ରାସ୍ତା ଶକ୍ତ ଏବଂ ପ୍ରଶସ୍ତିକରଣ ପାଇଁ ୧କୋଟି ୬୩ ଲକ୍ଷ ୨୦ ହଜାର ଟଙ୍କା ରେ ନିର୍ମିତ ହେବାକୁ ଥିବା ରାସ୍ତାର ଭିତ୍ତି ପ୍ରସ୍ତର ଦେଇଥିଲେ । ପୂର୍ବତନ ପୁର୍ତ୍ତ , ଗୃହ ଓ ନଗର ନିର୍ମାଣ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓଙ୍କ ସମୟରେ ଏହି ରାସ୍ତାର ରକ୍ଷଣାବେକ୍ଷଣ ପୁର୍ତ୍ତ ବିଭାଗ ଦ୍ୱାରା ହୋଇ ଆସୁଥିଲା ଏବଂ ଜନ ସାଧାରଣଙ୍କର ଦାବିକୁ ଆଖି ଆଗରେ ରଖି ମ୍ୟୁନିସିପାଲଟି ଦ୍ୱାରା ସ୍ଥାୟୀ ଭାବରେ ହସ୍ତାନ୍ତର ପରେ ଏହି ରାସ୍ତାର କାର୍ଯ୍ୟ ଖୁବ ଶିଘ୍ର ହେବ ବୋଲି ସାଂସଦ କହିଛନ୍ତି । ଏତଦଭିନ୍ନ ବଲାଙ୍ଗିର- ଟିଟିଲାଗଡ ଜାତୀୟ ରାଜପଥ-୨୬ ଠାରୁ ସର୍କିଟ ହାଉସ ପର୍ଯ୍ୟନ୍ତ ରାସ୍ତା ର ଉନ୍ନତି କରଣ ପାଇଁ ୧କୋଟି ୯୨ ଲକ୍ଷ ୨୩ ହଜାର ଟଙ୍କା, ଆ.ଟି.ଓ. ଅଫିସ ଠାରୁ ରୁ ଆରମ୍ଭ ହୋଇ ରୁ ଇଛା ପଡାଓ ଇନ୍ଦିରା ନଗର ରାସ୍ତାର ଉନ୍ନତି କରଣ ପାଇଁ ୧କୋଟି ୨୭ ଲକ୍ଷ ୩୯ ହଜାର ଟଙ୍କା, ବିଜାଖମନ ରୁ ରାଜୀବ ନଗର ରାସ୍ତାର ଉନ୍ନତି କରଣ ପାଇଁ ୩ କୋଟି ଟଙ୍କା, ରିଙ୍ଗ ରୋଡ (ବିଜୟ ବୁଡେକଙ୍କ ଘର) ଠାରୁ ରାଜିବ ନଗର ମଠଖାଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୪୮ ଲକ୍ଷ ଟଙ୍କା ଏବଂ ଜାତୀୟ ରାଜପଥ ରୁ କେନ୍ଦ୍ରୀୟ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ୯୧ ଲକ୍ଷ ୯୦ ହଜାର ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି, ପୌରାଧ୍ୟକ୍ଷା ସନ୍ତୋସିନି ବେହେରା, ଉପାଧ୍ୟକ୍ଷା ଲିପିଶ୍ରୀ ସାଏ,ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ର, କାଉନସିଲର ଇର୍ଷାଦ ଖାନ, ଶମ୍ଭୁ ନାଗ, ଅଶ୍ୱିନୀ ପୁଟେଲ, ଉପେନ ଦୀପ, ମମତା ଜେନାଙ୍କ ସମେତ ଧୃବ ଯୁଏଡ, ରଞ୍ଜନା ମହା୍ନ୍ତି, ଦୁଆରୁ ବଗର୍ତ୍ତି, ଅନ୍ତ ବଗର୍ତ୍ତି, ଜମୁନା ନାଏକ, ସୌଦାମିନି ମିଶ୍ର, ରାଜୁ ଚୋପଦାର, କୁନା ନନ୍ଦ, ଅଶୋକ ବେହେରା, ଶିବୁ ଦତ୍ତ, ପୃଥ୍ୱିରାଜ ବରାଡ, ବାସୁଦେବ ଦାଶ, ମନୀଷ ମିଶ୍ର, ମୁନୁ ପୋଢ, ରାଜୁ ସାହୁ, ଇନ୍ଦ୍ରମଣି ନନ୍ଦ, ଇକୁ ମେହେର, ପ୍ରତ୍ୟୁଶ ଯୋଶି, ନିରୋଜ ଚୋପଦାର, ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।