ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ ଯୋଜନାକୁ ପୁଣି ଥରେ ଚାଲୁ  କରାଯିବା, ଉକ୍ତ ଯୋଜନାରେ କାର୍ଯ୍ୟକରିଆସୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସାକ୍ଷର ଭାରତ ଯୋଜନା ବଦଳରେ ଅନ୍ୟ କୌଣସି ଯୋଜନା  କାର୍ଯ୍ୟକାରୀ କରାଗଲେ ସେଥିରେ ସାକ୍ଷର ଭାରତ ଯୋଜନାରେ କାର୍ଯ୍ୟକରୁଥିବା ସଂଯୋଜକ ଓ ପ୍ରେରକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ସାକ୍ଷର ଭାରତ ଯୋଜନାରେ କାର୍ଯ୍ୟକରିଥିବା ସଂଯୋଜକ ଓ ପ୍ରେରକମାନଙ୍କର ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯିବା ଏବଂ ଛଟେଇ ହୋଇଥିବା ପ୍ରେରକ ଓ କୋ ଅର୍ଡିନେଟରମାନଙ୍କୁ କାର୍ଯ୍ୟରେ ପୁନଃ ନିଯୁକ୍ତି ଦେବା ଆଦି ୫ ଦଫା ଦାବି ପୂରଣ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ । ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘର ମୟୂରଭଞ୍ଜ ଜିଲ୍ଲା ସଭାପତି ପଦ୍ମାବତୀ ପଟ୍ଟନାୟକଙ୍କ ନେତୃତ୍ୱରେ ବାରିପଦା ବ୍ଲକ ସଭାପତି ସନ୍ଧ୍ୟାରାଣୀ ମହାନ୍ତ, ଶାମାଖୁଣ୍ଟା ବ୍ଲକ ସଭାପତି ସବିତା ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ବାପି ସିଂ, ବେତନଟୀ ବ୍ଲକ ସଭାପତି ଜୟନ୍ତ ପାତ୍ର ପ୍ରମୁଖ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରୁ ଯୋଜନାରେ କାର୍ଯ୍ୟକରି ଆସୁଥିବା ଶତାଧିକ ସଂଯୋଜକ, କୋ ଅର୍ଡିନେଟର  ଓ ପ୍ରେରକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଧାରଣାରେ ଯୋଗ ଦେଇଥିବା ସମୟରେ ରାଜ୍ୟ ସଭାପତି ବସନ୍ତ କୁମାର ସାହୁ ମୁଖ୍ୟ ଅତିଥିବା ଯୋଗ ଦେଇଥିଲେ ।

Leave A Reply

Your email address will not be published.