ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଗ୍ରିଡକୋର ଆହ୍ୱାନ; ସତର୍କତା ସପ୍ତାହରେ ସତ୍ୟନିଷ୍ଠାର ଶପଥ ନେଲେ କର୍ମଚାରୀ

45

ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୬: ଗ୍ରିଡକୋ ଲିମିଟେଡ୍ ପକ୍ଷରୁ ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ–୨୦୨୬ର ଶୁଭାରମ୍ଭ ଅବସରରେ କର୍ମଚାରୀମାନେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ସାର୍ବଜନୀନ ସେବାରେ ନୈତିକ ଆଚରଣ ବଜାୟ ରଖିବା ପାଇଁ ସତ୍ୟନିଷ୍ଠାର ଶପଥ ଗ୍ରହଣ କରିଥିଲେ।

ଅକ୍ଟୋବର ୨୬ରୁ ନଭେମ୍ବର ୧, ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହି ସପ୍ତାହ ନିମନ୍ତେ ଚଳିତବର୍ଷର ବିଷୟବସ୍ତୁ ହେଉଛି “ସତର୍କତାରୁ ସମୃଦ୍ଧି” ।

ଗ୍ରିଡକୋର ନିର୍ଦ୍ଦେଶକ (ଅର୍ଥ ଓ କର୍ପୋରେଟ୍ ବ୍ୟାପାର) ଶ୍ରୀ କ୍ଷୀରୋଦ ଚନ୍ଦ୍ର ନନ୍ଦ କର୍ମଚାରୀମାନଙ୍କୁ ସତ୍ୟନିଷ୍ଠାର ଶପଥ ପାଠ କରାଇବା ସହ ଥିଲେ। ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ସମାଜ ଗଠନ କରିବାରେ ନୈତିକ ମୂଲ୍ୟବୋଧ, ବ୍ୟକ୍ତିଗତ ଦାୟିତ୍ୱବୋଧ ଏବଂ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ। ଏହି ଅବସରରେ ଗ୍ରିଡକୋର ନିର୍ଦ୍ଦେଶକ (ବାଣିଜ୍ୟ ଓ ବ୍ୟବସାୟ ବିକାଶ) ଶ୍ରୀ ଗିରିଶ ତାନ୍ତି ନିଜ ବକ୍ତବ୍ୟରେ ସମାଜରୁ ଦୁର୍ନୀତି ଦୂର କରିବା ସହ ସତ୍ୟନିଷ୍ଠା ଓ ନୈତିକ ମୂଲ୍ୟବୋଧର ପ୍ରସାର ପାଇଁ ସମସ୍ତଙ୍କ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ସଚେତନତା ସପ୍ତାହର ଅଂଶସ୍ୱରୂପ ଗ୍ରିଡକୋ କର୍ମଚାରୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ଜନସଚେତନତା ଅଭିଯାନ କରିଥିଲେ। ଏହି ଅଭିଯାନରେ ସାଧାରଣ ଲୋକଙ୍କୁ ଲିଫ୍‌ଲେଟ୍ ବଣ୍ଟନ କରାଯାଇ ସତ୍ୟନିଷ୍ଠା, ସତର୍କତା ଏବଂ ଦୁର୍ନୀତି ନିରାକରଣରେ ସମସ୍ତଙ୍କ ଭୂମିକା ସମ୍ପର୍କରେ ସଚେତନ କରାଯାଇଥିଲା।

Leave A Reply

Your email address will not be published.