ଦୁର୍ନୀତି ନିବାରଣ ସପ୍ତାହ -୨୦୨୬ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥପାଠ ଗ୍ରହଣ

10

କଟକ ତା ୨୬.୧୦.୨୦୨୬ ରିଖ – ଦୁର୍ନୀତି ନିବାରଣ ସପ୍ତାହ -୨୦୨୬ ପାଳନ ଅବସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ନାଗରିକଙ୍କ ନିମନ୍ତେ ଉଦ୍ଦିଷ୍ଟ ସାଧୁତାର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ଶପଥପାଠ କରାଇଥିଲେ । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦେଶର ପ୍ରଗତି ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଥିଲେ । ଶପଥପତ୍ରରେ ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ଉଲ୍ଲେଖ ରହିଛି । ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତାର ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗଠିତ ସଂଗ୍ରାମକୁ ସମର୍ଥନ କରିବା ଆବଶ୍ୟକ । ଏଥିସହ ଦୁର୍ନୀତିର ମୂଳୋତ୍ପଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ଓ ଘରୋଇ କ୍ଷେତ୍ର ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ ।
ଅକ୍ଟୋବର ୨୬ ତାରିଖଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବା ନିମନ୍ତେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ସ୍ଥିରୀକୃତ କରି ଏ ସମ୍ବନ୍ଧରେ ରାଜ୍ୟ ସରକାରଙ୍କୁ ଅଗବତ କରାଇଛନ୍ତି । ତଦନୁଯାୟୀ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେବା ସହ ଚଳିତବର୍ଷର ବିଷୟବସ୍ତୁ “ସାଧୁତାରୁ ସମୃଦ୍ଧି ”କୁ ଆଧାରକରି କଟକରେ ତା୩୧.୧୦.୨୦୨୬ରିଖ ପୂର୍ବାହ୍ନ ୧୧ଘଟିକାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଆୟୋଜନ କରାଯିବ ।

Leave A Reply

Your email address will not be published.