ରଘୁନାଥଙ୍କ ପାଇଁ ଅଡୁଆ … ତ୍ରିନାଥଙ୍କ ପାଇଁ ବଡିଆ

0

ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ୨୦୧୯ ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ଜୋର ଧରୁଛି ବିଭିନ୍ନ ଦଳର ଟିକଟ ରାଜନୀତି। ଗୁଣୁପୁର ବିଜେଡି ରାଜନୀତି ରେ ଦଳ ଭିତରେ ଅନେକ ଦିନ ଧରି ବିଧାୟକ ପ୍ରାର୍ଥୀ କୁ ନେଇ ବିବାଦ ଜୋର୍ ଧରିଛି। ଏନେଇ ରାଜ୍ୟସଭା ସାଂସଦ ତଥା ଜିଲ୍ଲା ବିଜେଡି ମୁଖ୍ୟ ଏନ ଭାସ୍କର ରାଓ ଓ ଗୁଣୁପୁରର ବିଜେଡିର ଦକ୍ଷ ନେତା ଶିବ ଗୌଡ କହିଛନ୍ତି ଯେ ବର୍ତ୍ତମାନ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ ତ୍ରିନାଥ ଗମାଙ୍ଗ ବିଧାୟକ ରହିଛନ୍ତି | ଏଣୁ ତାଙ୍କୁ ହିଁ ୨୦୧୯ ନିର୍ବାଚନ ରେ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯିବ ବୋଲି ମତ ଦେଇଛନ୍ତି । ଅପର ପକ୍ଷରେ ମିଳିଥିବା ସୁଚନା ଅନୁଯାୟୀ ବିଜେଡି ଦଳୀୟ ଭିତରେ ତ୍ରିନାଥ ଗମାଙ୍ଗଙ୍କୁ ପୁନର୍ବାର ପ୍ରାର୍ଥ କରିବା ନେଇ କିଛି ଗୋଷ୍ଠୀ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ରେ କାର୍ଯ୍ଯ କରୁଥିବା ରଘୁନାଥ ଗମାଙ୍ଗଙ୍କୁ ବିଜେଡି ପ୍ରାର୍ଥୀ କରିବା ପାଇଁ ମାଲକାନଗିରି ରୁ ଗଜପତି ଜିଲ୍ଲା କୁ ବଦଳିକରି ଆଣି କିଛି ନେତା ରଘୁନାଥଙ୍କ ଜନସମ୍ପର୍କ ବଡେଇବା କାର୍ଯ୍ୟ ରେ ବ୍ୟସ୍ତ ଥିଲେ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୁଆଁ ନିୟମ ରଘୁନାଥଙ୍କ ପାଇଁ ଅଡୁଆ ହୋଇଛି। ଏଣିକି ସରକାରୀ କର୍ମଚାରୀ ମାନେ ନେଉଥିବା ଇଚ୍ଛାଧୀନ ଅବସର ଉପରେ କଟକଣା ଲଗାଇଛନ୍ତି। ଯାହାଫଳରେ ଚାକିରିରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ନିର୍ବାଚନ ଲଢିବା ନେଇ ପ୍ରତିବନ୍ଧକ ସାଜିଛି ରଘୁନାଥଙ୍କୁ। ଏହି ସମୟରେ ଗୁଣୁପୁର ନିର୍ବାଚନ ମଣ୍ଡଳୀରେ କଥା ଚାଲିଛି ରଘୁନାଥଙ୍କ ପାଇଁ ଅଡୁଆ … ତ୍ରିନାଥଙ୍କ ପାଇଁ ବଡିଆ … ।

Leave A Reply

Your email address will not be published.