ଗୁଣପୁର ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

0

GUNUPUR/SIDHHARTHA DASH : ଗୁଣପୁର ସହିଦ୍ ଲକ୍ଷ୍ମଣ ନାୟକ ସ୍ମାରକୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଶ୍ରି ନିତ୍ୟାନନ୍ଦ ସାହୁ ଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟଳୟ ର ଅନ୍ୟ ଶିକ୍ଷକ ଶ୍ରି ସୁରେନ୍ଦ୍ର କୁମାର ମଲିକ ଓ ଶ୍ରି ବୃନ୍ଦାବନ ପାଢୀ ମଞ୍ଚାସିନ ରହି ଉପସ୍ଥିତ ବିଦ୍ୟାର୍ଥୀ ଙ୍କୁ ଏହି କାର୍ଯ୍ୟକ୍ରମ ବିଷୟରେ ସୁଚନା ପ୍ରଦାନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ 1990 ମସିହାରୁ 2017 ପର୍ଯ୍ୟନ୍ତ ଶିକ୍ଷାଦାନ ଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହିଥିଲେ l ଆଗାମୀ ଦିନରେ ବିଦ୍ୟାଳୟର ସୁପରିଚାଳନା ଓ ଉନ୍ନତି ନିମନ୍ତେ ପ୍ରଧାନଶିକ୍ଷକ ପୁରାତନ ବିଦ୍ୟାର୍ଥୀଙ୍କ ସହୋଯୋଗ ଲୋଡି ଥିଲେ। ଏଥି ପାଇଁ ପ୍ରତିବର୍ଷର ପୁରାତନ ବିଦ୍ୟାର୍ଥୀ ଙ୍କ ମଧ୍ୟରୁ ଛାମୁଆ ବିଦ୍ୟାର୍ଥୀଙ୍କୁ ମୋନନୀତ କରି ଦାୟିତ୍ୱ ଅର୍ପଣ କରାଯାଇଛି। ଏହି ବିଦ୍ୟାର୍ଥୀ ମାନେ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତି ନିମନ୍ତେ ସହଯୋଗ ହାତ ବଢାଇବା ପାଇଁ ପାଣ୍ଠି ସଂଗ୍ରହ କରିବା ନିମନ୍ତେ ସ୍ଥିର କରିଛନ୍ତି l ବିଦ୍ୟାଳୟ ପରିସରର ମଧ୍ୟରେ ବିଦ୍ୟାଳୟର 1993 ମସିହାର ପୁରାତନ ଛାତ୍ର ଙ୍କ ସହଯୋଗ ରେ ସହିଦ୍ ଲକ୍ଷ୍ମୀଣ ନାୟକ ଙ୍କ ଏକ ପ୍ରତି ମୂର୍ତ୍ତୀ ସ୍ଥାପନ କରାଯିବ ବୋଲି ସ୍ଥିର କରାଯାଇଅଛି। ପୁରାତନ ବିଦ୍ୟାର୍ଥୀ ଙ୍କ ସହଯୋଗ କୁ ଶିକ୍ଷକ ଙ୍କ ମହଲ ରେ ଭୂୟସୀ ପ୍ରଶଂସା କରାଯାଇଅଛି। ସଭା ପରିଶେଷରେ ଉପସ୍ଥିତ ବିଦ୍ୟାର୍ଥୀ ଙ୍କୁ ବିଦ୍ୟାଳୟ ପକ୍ଷ୍ୟରୁ ଶିକ୍ଷକ ଶ୍ରି. ବୃନ୍ଦାବନ ପାଢି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.