ସହିଦଙ୍କ ସ୍ମୃତିରେ….

0

କଳିଙ୍ଗ ସମ୍ବାଦିକ ସଂଘ ପକ୍ଷରୁ  ଶୋକସଭା

ଗୁଣପୁରରୁ ସିଦ୍ଧାର୍ଥ ଦାଶ :  ଛତିଶଗଡର ଦାନ୍ତେୱାଡ଼ା ଠାରେ ନିହତ ହୋଇଥିବା ଦୂରଦର୍ଶନର ଯୁବ ସାମ୍ବାଦିକ ତଥା  କ୍ୟାମେରାମ୍ୟାନ ଏବଂ ଯବାନଙ୍କ  ଉଦ୍ଦେଶ୍ୟରେ ଏକ ଶୋକସଭା ରାୟଗଡା ଜିଲ୍ଲା ଗୁଣପୁର ନୂତନ ବସଷ୍ଟାଣ୍ଡ ଠାରେ ସନ୍ଧ୍ୟାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା  l ଗୁଣପୁର ଉପଖଣ୍ଡ କଳିଙ୍ଗ ସମ୍ବାଦିକ ସଂଘର ଉପଦେଷ୍ଟା ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ  ଅଶ୍ୱିନୀ ଗମାଙ୍ଗ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ.ରବିନ୍ଦ୍ର କୁମାର ପାତ୍ର, ରାୟଗଡ଼ା ଜିଲ୍ଳା କିନ୍ନର ସଂଘ ର ସମ୍ପାଦକ ସୁଶ୍ରୀ. ପିଙ୍କି ମହାପାତ୍ର, କାଉନ୍ସିଲର ତଥା ପୁରୁଖା ବିଜେଡି କର୍ମୀ ଶ୍ରୀ. ଟୁକୁନା ରଥ, କୋଟପାଡ ର ବିଜେଡି ପଯ୍ୟବେକ୍ଷକ ଶ୍ରୀ. ପଞ୍ଚାନନ ଚୌଧୁରୀ ଙ୍କ ସମେତେ ସଂଘର ସମସ୍ତ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧୀଯିବି ବୃନ୍ଦ ଉପସ୍ଥିତ ରହି ସହିଦ୍ ଙ୍କ ଉଦ୍ଦେଶ୍ଯ ରେ ଦୀପ ପ୍ରଜ୍ବଳନ କରି ନୀରବ ପ୍ରାର୍ଥନା କରିଥିଲେ। ସଭାରେ ଉପସ୍ଥିତ ବ୍ୟକ୍ତି ଗଣ  ସହିଦ୍ ଙ୍କ ସ୍ମୃତି ଚାରଣ କରିବା ସହ୍ ଓମକାର୍ ଧ୍ଵନି ଦେଇ ଅମର ଆତ୍ମା ଙ୍କ ସଦଗତି ମନାସୀ ଥିଲେ। ସଭା ଶେଷରେ ସହିଦ୍ ଙ୍କ ଉଦ୍ଦେଶ୍ଯ ରେ ପୁଷ୍ପାଞ୍ଜଳି ଅର୍ପଣ କରି ସହିଦ୍ ଅମର ରହେ ନାରା ଦେଇ ପରିବାରର ଶୁଭ କାମନା କରିଥିଲେ । କଳିଙ୍ଗ ସମ୍ବାଦିକ ସଂଘ ଦ୍ଵାରା ଆୟାଜିତ ଏହି ଶୋକସଭା କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଛି I 

Leave A Reply

Your email address will not be published.