ବିଜେପି ପକ୍ଷରୁ ରେଢ଼ାଖୋଲ ବ୍ଲକ ଅଫିସ ଘେରାଉ ଆନ୍ଦୋଳନ

0 1

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକରେ ଆଜି ବିଜେପି ତରଫରୁ ବ୍ଲକ ଅଫିସ ଘେରାଉ କରାଯାଇଛି l ଚିଟଫଣ୍ଡ ମହାଦୁର୍ନୀତି ,ଖଣି ଦୁର୍ନୀତି, ଜଙ୍ଗଲ,ଡ଼ାଲି,ଚାରା ,ବିହନ,ସାର,ବାଲିଘାଟ,ପିସି,ଲାଞ୍ଚ,ଦୁର୍ନୀତି,ଭ୍ରଷ୍ଟଚାର,ଆଦି ଦୁର୍ନୀତି ରେ ଓଡ଼ିଆ ଲୋକ ନିଷ୍ପେସିତ,ସେହିପରି କୃଷି ରୁଣ ଜାଲିଆତି,ଧାନ କିଣାରେ ସହାୟକ ମୂଲ୍ୟନଦେବା ସବସିଡ଼ିର ବାଟମାରଣା କରିବା ଓଡ଼ିଆ ଚାଷିଙ୍କୁ ବାଧୁଛି lଏହା ସହ ନବୀନ ବିଜେଡ଼ି ସରକାର ବିଫଳ ଜଳସେଚନ ପାଇଁ ଆଜି ପ୍ରତିଦିନ ଚାଷି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି l ଏହାର ପ୍ରତିବାଦରେ ବିଜେପି ର ମିନିଷ୍ଟର ଜୟ ନାରାୟଣ ମିଶ୍ର,ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଜିଲ୍ଲା ପରିଷଦ ରାଧେଶ୍ୟାମ ବାରିକ,ଗୋବିନ୍ଦ ଅଗ୍ରଓ୍ୱାଲ,ରାଜକିଶୋର ବଡ଼ପଣ୍ଡା,ପ୍ରମୋଦ ପ୍ରଧାନ,ଶିବପ୍ରସାଦ ପ୍ରଧାନ,ବିଚିତ୍ରା ନନ୍ଦ ସାହୁ, ଅନିଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବ୍ଲକ ଘେରାଉ ଆନ୍ଦୋଳନ କରିଥିଲେ l

Leave A Reply

Your email address will not be published.