ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବ୍ଲକ ଘେରାଓ :  ରାଜ୍ୟପାଳଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ

0 1

ସୁବର୍ଣ୍ଣପୁର/PRAKASH HATI  : ଡୁଙ୍ଗୁରିପାଲି  ବିଜେପି ତରଫରୁ ନବୀନ ସରକାରର ବିରୁଦ୍ଧରେ ଆଜି  ବ୍ଲକ ଘେରାଉ କରି  ମହାମହିମ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ବିଡିଓଙ୍କୁ ୧୬ ଦଫା ଦାବୀ ପତ୍ର ପ୍ରଦାନ କରାଯାଇଛି ।ଡୁଙ୍ଗୁରିପାଲି  ମଣ୍ଡଳ ସଭାପତି ହେମନ୍ତ ବିଶ୍ୱାଲଙ୍କ ନେତୃତ୍ୱରେ ଆଜି ସକାଳ ୧୧ଟାରେ ଡୁଙ୍ଗୁରିପାଲି ଆରଏମସି ପରିସରରୁ ବିଜେପି କର୍ମୀମାନେ ଏକ  ବିଶାଳ ଶୋଭାଯାତ୍ରାରେ ବାହାରି  ହାତରେ ପ୍ଲାଏ କାର୍ଡ ଧରି ନବୀନ ସରକାର ଓ ସ୍ଥାନୀୟ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ଦୁର୍ନୀତି ବିରୋଧରେ ନାରାବାଜି କରି ବ୍ଲକ ସମ୍ମୁଖରେ ପହଂଚି ଥିଲେ  । ବ୍ଲକ ସମ୍ମୁଖରେ ଏକ ସଭା ଆୟୋଜିତ ହୋଇ  ନବୀନ ସରକାରର  ପିସି କାରବାର,ଦୁର୍ନୀତି,ଭ୍ରଷ୍ଟାଚାର ଓ ତୋଷାରପାତକୁ ବିରୋଧ କରି  ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ରାସ୍ତାକାମଠୁ ଆରମ୍ଭ କରି  ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନା ଟେଣ୍ଡରରେ ଠିକା ଦିଆଯିବା,ଚିଟଫଣ୍ଡ,ଖଣି,ଡାଲି,ସାର ବାଲିଘାଟ,ଚାଷିଙ୍କୁ ବିହନ ଯୋଗାଣ,ଧାନକିଣା ଇତ୍ୟାଦି ପ୍ରତ୍ୟେକରେ ମହା ଦୁର୍ନୀତି ରହିଥିବା  ପ୍ରକାଶ କରିଥିଲେ । ପରେ ସ୍ଥାନୀୟ ବିଡିଓ ସହଦେବ ସମାଧିଆଙ୍କୁ  ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀ ପତ୍ରରେ ଡୁଙ୍ଗୁରିପାଲିରେ ବହୁ ଦିନ ହେଲା ପିଏଚସି ଓ ସିଏଚସିରେ ଡାକ୍ତର ନିଯୁକ୍ତି ସହିତ ଶିଶୁମାତୃ କେନ୍ଦ୍୍ରକୁ କାର୍ଯ୍ୟକ୍ଷମ କରାଯାଉ,ଭୂମିହୀନଙ୍କୁ ଜାଗା, ଚାଷୀଙ୍କ କୃଷି ଋଣ ଛାଡ,ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା,ସମସ୍ତ ଚାଷୀଙ୍କୁ ବୀମାଭୁକ୍ତ,ଟେଲ ଅଞ୍ଚଳରେ ନିରନ୍ତର ପାଣି  ଯୋଗାଣ,ଆଦର୍ଶ ବିଦ୍ୟାଲୟ ଶୀଘ୍ର ସ୍ଥାପନ, ଡୁଙ୍ଗୁରିପାଲିରେ ରାସ୍ତା କଡ ସୁବିଧା କେନ୍ଦ୍ର, ଅତିରିକ୍ତ ତହସିକକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ, ·ଷୀମାନଙ୍କୁ କ୍ୱିଣ୍ଟାଲ ପ୍ରତି ହଜାରେ ଟଙ୍କା ବୋନସ,ଖାଲିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପଦବୀ ପୂରଣ,ମଦ ବିକ୍ରିକୁ ବନ୍ଦ କରିବା,ଡୁଙ୍ଗୁରିପାଲିରେ ଶିତଳ ଭଣ୍ଡାର ନିର୍ମାଣ କରିବା ସହିତ କେନ୍ଦ୍ର ସରକାରଙ୍କ  ଜନହିତକର ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଓଡିଶାରେ କାର୍ଯ୍ୟକ୍ଷମ କରାଯିବା ପାଇଁ ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି । ଉକ୍ତ ଶୋଭାଯାତ୍ରାରେ ବିଜେପି ଜିଲ୍ଲା ଉପ ଜିଲ୍ଲାସଭାପତି ରଥ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରୁଦ୍ର କିଶୋର ମହଲା, ରାଜ୍ୟ ଏସସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଚଉତୁରା ଦୀପ,ଶଙ୍କର ପଧାନ,ବିଜେପି ଜିଲ୍ଲା ସଭାପତି ବିଜୟ ମହାକୁ.ରୂପଧର ପଧାନ,ବରିଷ୍ଠ  ନେତା ଅଶୋକ ପୁଜାରୀ,  ମଣ୍ଡଳ ସାଧାରଣ ସଂପାଦକ ନିତାଇ ପାଲ,ଶେଷଦେବ ପଧାନ, ଶିବ ପ୍ରସାଦ ପଧାନ ,ଧିରେନ୍ଦ୍ର ପଧାନ,ଅଶୋକ ପୃଷ୍ଟି,ଆନନ୍ଦ ରଥ, ଅନ୍ତର୍ଯ୍ୟାମୀ  ସାହୁ,ସହଦେବ ପଧାନ,ଅଶୋକ ପଧାନ,ପ୍ରମୁଖ ଶତାଧିକା କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.